fbpx

ସିବିଏସ୍‌ଇର ନୂଆ ନିୟମ, ଡାଇବେଟିସ୍ କିମ୍ବା ଅନ୍ୟ ରୋଗରେ ପୀଡିତ ଛାତ୍ରଛାତ୍ରୀଙ୍କୁ ବୋର୍ଡ ପରୀକ୍ଷାରେ ମିଳିବ ଏହିସବୁ ସୁବିଧା

Advertisement

ନୂଆଦିଲ୍ଲୀ: ସିବିଏସଇ ଦଶମ ଓ ଦ୍ୱାଦଶ ବୋର୍ଡ ଥିଓରୀ ପରୀକ୍ଷା ୧୫ ଫେବୃୟାରୀରୁ ଆରମ୍ଭ ହେଉଥିବା ବେଳେ ଏପ୍ରିଲ ୧୦, ୨୦୨୪ରେ ଶେଷ ହେବ । ବୋର୍ଡ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ର ଯଦି ଡାଇବେଟିସ୍ କିମ୍ବା କୌଣସି ଗମ୍ଭୀର ରୋଗରେ ପୀଡିତ ତେବେ ତାଙ୍କ ପାଇଁ ବୋର୍ଡ ପକ୍ଷରୁ କେତେକ ଗାଇଡଲାଇନ୍ ଜାରି କରାଯାଇଥିଲା । ବୋର୍ଡ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ସମସ୍ତ ଛାତ୍ରଛାତ୍ରୀ ଏହି ଗାଇଡ୍‌ଲାଇନ୍ ନିଶ୍ଚୟ ପଢିନେବା ଉଚିତ ।

୧-ଆପଣଙ୍କ ଲାଗି ହାତରେ ଚକୋଲେଟ୍‌, କଦଳୀ, ସେଓ, ସନ୍ତରା ପରି ଫଳ ପରୀକ୍ଷାକୁ ନେଇଯିବାକୁ ବାରଣ ନାହିଁ । ଏହା ବ୍ୟତିତ କୌଣସି ସ୍ନାକ୍ସ ଯେପରିକି ସାଣ୍ଡୱିଚ୍ ଆଦି ମଧ୍ୟ ଆପଣ ନେଇଯାଇପାରିବେ ।
୨-ଡାକ୍ତରଙ୍କ ପରାମର୍ଶ ଅନୁସାରେ ଯଦି ମେଡିସିନ୍ ନେଇଯିବା ଜରୁରୀ ତେବେ ତାହା ମଧ୍ୟ ଆପଣ ପରୀକ୍ଷା ହଲ୍‌କୁ ନେଇପାରିବେ ।
୩-ତେବେ ଏହି ସମସ୍ତ ସୁବିଧା ଉପଯୋଗ କରିବାକୁ ସ୍କୁଲ, ଛାତ୍ର ଓ ଅଭିଭାବକଙ୍କୁ ସିବିଏସଇ ଦ୍ୱାରା ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଜରିଆରେ ଆବେଦନ କରିବାକୁ ହେବ । ପିତାମାତାଙ୍କୁ ପରୀକ୍ଷା ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ସ୍କୁଲ ଆସି ସମସ୍ତ ସୂଚନା ଦେବାକୁ ହେବ ।

ଏପରି ଛାତ୍ରଛାତ୍ରୀଙ୍କ ତାଲିକା ଜମା କରିବା ପୂର୍ବରୁ ଛାତ୍ରଛାତ୍ରୀଙ୍କ ରୋଗ ବିଷୟରେ ଯେପରିକି ଟାଇପ୍ ୧ କି ଟାଇପ୍ ୨ ଡାଇବେଟିସ ସେ ବିଷୟରେ ବୋର୍ଡକୁ ସୂଚୀତ କରିବା ଆବଶ୍ୟକ । ରୋଗର ଚିକିତ୍ସା ସମ୍ବନ୍ଧିତ ସମସ୍ତ ସାମଗ୍ରୀ ଏକ ସ୍ୱଚ୍ଛ ବାକ୍ସରେ ଭର୍ତ୍ତି କରି ପରୀକ୍ଷା ନୀରିକ୍ଷକଙ୍କ ପାଖରେ ରଖାଯିବ ଯାହା ଆବଶ୍ୟକ ପଡିଲେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ।

Get real time updates directly on you device, subscribe now.