‘ଦଶମ-ଦ୍ୱାଦଶ ପାଇଁ କୌଣସି ତାରିଖ ଘୋଷଣା ହୋଇନି’, ରେଜଲ୍ଟ ଦ୍ୱନ୍ଦ୍ୱ ଦୂର କଲା ସିବିଏସଇ

ରେଜଲ୍ଟ ଦ୍ୱନ୍ଦ୍ୱ ଦୂର କଲା ସିବିଏସଇ

ନୂଆଦିଲ୍ଲୀ: ସିବିଏସଇ ରେଜଲ୍ଟକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଗୁଜବ ପ୍ରସାରିତ ହେଉଛି। ଏହି ଦ୍ୱନ୍ଦ୍ୱକୁ ଟ୍ୱିଟ କରି ଖଣ୍ଡନ କଲେ ସିବିଏସଇ କର୍ତ୍ତୃପକ୍ଷ। ସେ କହିଛନ୍ତି ଯେ, ସାମାଜିକ ଗଣମାଧ୍ୟମରେ ବୁଲୁଛି ମିଥ୍ୟା ତାରିଖ।

ସେ ଆହୁରି କହିଛନ୍ତି ଯେ, ଦଶମ ଓ ଦ୍ୱାଦଶ ପାଇଁ କୌଣସି ତାରିଖ ଘୋଷଣା ହୋଇନି। ଠିକ୍ ସମୟରେ ସିବିଏସଇ ପକ୍ଷରୁ ତାରିଖ ଘୋଷଣା ହେବ।

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଖୁବଶୀଘ୍ର ୧୦ମ ଏବଂ ଦ୍ୱାଦଶର ରେଜଲ୍ଟ ଜାରି କରିବାକୁ ଯାଉଛି। ଚଳିତ ବର୍ଷ ୪୨ ଲକ୍ଷ ଛାତ୍ରଛାତ୍ରୀ ସିବିଏସଇ ବୋର୍ଡ ପରୀକ୍ଷା ଦେଇଛନ୍ତି।

ଏହି ସମସ୍ତ ଛାତ୍ରଛାତ୍ରୀ ଖୁବ ଉତ୍ସାହର ସହ ରେଜଲ୍ଟ ପାଇଁ ଅପେକ୍ଷା କରିଛନ୍ତି। ରେଜଲ୍ଟର ଅପେକ୍ଷା ମଧ୍ୟରେ ବୋର୍ଡ ରିଚେକିଂ ପ୍ରକ୍ରିୟାରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି। ବୋର୍ଡ ଛାତ୍ରଛାତ୍ରୀମାନଙ୍କୁ ବର୍ତ୍ତମାନ ରେଜଲ୍ଟ ପରେ ସେମାନଙ୍କ ଆନ୍ସର ସିଟ୍‌ର ଫଟୋକପି ଯୋଗାଇଦେବାର ଘୋଷଣା କରିଛି।