fbpx

CBSE CTET 2024: ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ, ଏହି ତାରିଖ ପୂର୍ବରୁ କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଶିକ୍ଷକତା ବୃତ୍ତି ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ସେଣ୍ଟ୍ରାଲ ବୋର୍ଡ଼ ଅଫ୍ ସେକେଣ୍ଡାରୀ ଇଜୁକେସନ୍(CBSE)ର CTET 2024 ପରୀକ୍ଷା ପାଇଁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଆସନ୍ତା ଡିସେମ୍ବରରେ ହେବାକୁ ଥିବା ଏହି ପରୀକ୍ଷା ପାଇଁ ଇଚ୍ଛୁକ ପ୍ରାର୍ଥୀ CTETର ଅଫିସିଆଲ ୱେବସାଇଟ୍ ctet.nic.inକୁ ଯାଇ ଆବେଦନ କରିପାରିବେ ।

CBSE CTET 2024 ପାଇଁ ସେପ୍ଟେମ୍ବର ୧୭ରୁ ପଞ୍ଜିକରଣ ପ୍ରକ୍ରି୍ରଆ ଆରମ୍ଭ ହୋଇଛି । ଦ୍ୱାଦଶ କିମ୍ପା ସ୍ନାତକ ଉତ୍ତୀର୍ଣ୍ଣ କରିଥିବା(ସର୍ବନିମ୍ନ ୫୦% ମାର୍କ) ପ୍ରାର୍ଥୀ ଏହି ପରୀକ୍ଷା ପାଇଁ ଆବେଦନ କରିପାରିବେ । ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ହୋଇଥିବା ଆବଶ୍ୟକ । ଆବେଦନ କରିବାର ଶେଷ ତାରିଖ ହେଉଛି ୧୬ ଅକ୍ଟୋବର ୨୦୨୪ । ଏହି ପରୀକ୍ଷ ଦୁଇଟି ଶିଫ୍ଟରେ ଆୟୋଜିତ ହେବ । ପ୍ରଥମ ଶିଫ୍ଟ ସକାଳ ୯ଟା ୩୦ରୁ ଦିନ ୧୨ ଟା ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ଶିଫ୍ଟ ଅପରାହ୍ନ ୧୨ଟା ୩୦ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ରହିବ ।

ଆବେଦନ ଶୁଳ୍କ: ସାଧାରଣ ବର୍ଗଙ୍କ ପାଇଁ ଆବେଦନ ଶୁଳ୍କ ୧୦୦୦ଟଙ୍କା(ଗୋଟିଏ ପେପର ପାଇଁ) ଏବଂ ଦୁଇଟି ପେପର(ପେପର ୧ ଏବଂ ପେପର ୨) ପାଇଁ ୧୨୦୦ ଟଙ୍କା ଶୁଳ୍କ ଦେବାକୁ ପଡ଼ିବ । ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କ ପାଇଁ ୫୦୦ ଟଙ୍କା (ଗୋଟିଏ ପେପର ପାଇଁ) ଏବଂ ଦୁଇଟି ପେପର ପାଇଁ ୬୦୦ ଟଙ୍କା ରହିଛି । କେବଳ ଅନଲାଇନ୍ ମୋଡରେ ପେମେଣ୍ଟ ସୁବିଧା ରହିଛି । ଏଥିପାଇଁ ଡେବିଟ୍ କାର୍ଡ଼, କ୍ରେଡିଟ୍ କାର୍ଡ଼ କିମ୍ବା ନେଟ୍ ବ୍ୟାଙ୍କିଙ୍ଗ୍ ବ୍ୟବହାର କରିପାରିବେ । ଅକ୍ଟୋବର ୧୬ ତାରିଖ ରାତି ୧୧ଟା ୫୯ ପୂର୍ବରୁ ଶୁଳ୍କ ପୈଠ କରାଯାଇପାରିବ ।

ନିମ୍ନଲିଖିତ ସହଜ ଉପାୟରେ କରିପାରିବେ ଆବେଦନ

୧. ପ୍ରଥମେ CTETର ଅଫିସିଆଲ ୱେବସାଇଟ୍ ctet.nic.inକୁ ଯାଆନ୍ତୁ ଏବଂ ଆପ୍ଲାଇ ଅନଲାଇନ୍ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ।

୨. ଏହା ପରେ ପଞ୍ଜିକରଣ ପେଜ୍ ଖୋଲିବ । ଏଥିରେ ନୂତନ ରେଜିଷ୍ଟ୍ରସନ୍ ଲିଙ୍କ ଉପରେ କ୍ଲିକ୍ କରନ୍ତୁ । ପରେ ରେଜିଷ୍ଟ୍ରସନ୍ ନମ୍ବର/ ଆପ୍ଲିକେସନ୍ ନମ୍ବର ଦେଇ ପଞ୍ଜିକରଣ କରନ୍ତୁ । ଲେଟେଷ୍ଟ ସ୍କାନ୍ ଫଟୋଗ୍ରାଫ୍ ଏବଂ ହସ୍ତାକ୍ଷର ଅପଲୋଡ୍ କରନ୍ତୁ ।

୩. ସମସ୍ତ ଡିଟେଲ ଦେଇ ଫର୍ମ ଠିକରେ ପୂରଣ କରି ଅନଲାଇନ୍ ପେମେଣ୍ଟ କରନ୍ତୁ ।

୪. ଏହା ପରେ ପେଜ୍ ଡାଉନଲୋଡ୍ କରି ଏହାର ଏକ ପ୍ରିଣ୍ଟ୍ ବାହାର କରି ରଖନ୍ତୁ ।

 

Get real time updates directly on you device, subscribe now.