CHARIDHAM

CBSEର ନୂଆ ଗାଇଡଲାଇନ୍‌: ୩ ରୁ ୧୧ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ଦିଆଯିବ ମାତୃଭାଷାରେ ଶିକ୍ଷା

ସିବିଏସଇର ନୂଆ ଗାଇଡଲାଇନ, ପିଲାଙ୍କୁ ନିଜ ମାତୃଭାଷାରେ ପଢାଯିବ

ନୂଆଦିଲ୍ଲୀ: ସାଧାରଣତଃ ପ୍ରାଇଭେଟ ସ୍କୁଲରେ ପିଲାମାନଙ୍କୁ ଇଂରାଜୀରେ ପଢାଯାଏ ପାଠ। ମାତୃଭାଷାକୁ ଅଧିକ ଧ୍ୟାନ ଦିଆଯାଇ ନଥାଏ। ହେଲେ ବର୍ତ୍ତମାନ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଅର୍ଥାତ ସିବିଏସଇ ଏ ନେଇ ଏକ ନୂଆ ଗାଇଡଲାଇନ ଜାରି କରିଛି।

ଏଥିରେ ସିବିଏସଇର ସମସ୍ତ ସ୍କୁଲକୁ ଛାତ୍ରଛାତ୍ରୀମାନଙ୍କୁ ମାତୃଭାଷାରେ ପଢାଇବାର ମ୍ୟାପ୍ ପ୍ରସ୍ତୁତ କରିବାକୁ କୁହାଯାଇଛି। ଇଂରାଜୀ ସାରା ଦେଶର ସିବିଏସଇ ସ୍କୁଲରେ ପ୍ରାଥମିକ ଶ୍ରେଣୀରେ ନିର୍ଦ୍ଦେଶର ମୁଖ୍ୟ ଭାଷା ଏବଂ ଏହା ଆପଣ ଜାଣିଛନ୍ତି ଯେ, ସିବିଏସଇ ଦେଶର ସବୁଠୁ ବଡ଼ ସ୍କୁଲ ବୋର୍ଡ। ଏଥିରେ ୩୦ ହଜାରରୁ ଅଧିକ ସ୍କୁଲ Affiliated।

ମାତୃଭାଷା-ଆଧାରିତ ଶିକ୍ଷା: ସିବିଏସଇ ପ୍ରଥମ ଥର ପାଇଁ ସଂକେତ ଦେଇଛି ଯେ, ନିଜ ସ୍କୁଲରେ ମାତୃଭାଷା-ଆଧାରିତ ଶିକ୍ଷାକୁ ନେଇ ବାଧ୍ୟତାମୂଳକ ହେବ।

ଏପର୍ଯ୍ୟନ୍ତ ନେସନାଲ ଏଜୁକେସନ ପଲିସି ୨୦୨୦ ଏବଂ ସ୍କୁଲ ଏଜୁକେସନ ୨୦୨୩ ଅନୁଯାୟୀ, ବୋର୍ଡ କେବଳ ଆଡଭାଇଜରୀ ସର୍କୁଲାରର ମାଧ୍ୟମରେ ହିଁ ଏହାର ଉପଯୋଗକୁ ପ୍ରୋତ୍ସାହିତ କରିଥିଲା।

ସିଏସଇର ଏକ ସର୍କୁଲାର ଅନୁଯାୟୀ, ପ୍ରି-ପ୍ରାଇମେରୀରୁ ୨ୟ ଶ୍ରେଣୀ ପର୍ଯ୍ୟନ୍ତ ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁଯାୟୀ, ଫାଉଣ୍ଡେସନାଲ ଷ୍ଟେଜରେ କୁହାଯାଇଥାଏ ଯେ, ପିଲାମାନଙ୍କ ପଢା ଘରୋଇ ଭାଷା, ମାତୃଭାଷା ବା ଏକ ପରିଚିତ ଅଞ୍ଚଳର ଭାଷାରେ ହେବା ଆବଶ୍ୟକ। ଏହି ଭାଷା, ଯାହାକୁ R1 କୁହାଯାଇଥାଏ, ଆଦର୍ଶ ଭାବେ ମାତୃଭାଷା ହେବା ଆବଶ୍ୟକ।

ଜୁଲାଇରୁ ହେବ ଆରମ୍ଭ: ସର୍କୁଲାରରେ ଆଗକୁ କୁହାଯାଇଛି ଯେ, ୩ୟ ଶ୍ରେଣୀରୁ ୫ମ ପର୍ଯ୍ୟନ୍ତ ଛାତ୍ର R1 ରେ ଶିଖିବା ଜାରି ରଖିପାରିବେ ବା R1 ବ୍ୟତୀତ କୌଣସି ଅନ୍ୟ ମାଧ୍ୟମରେ ଶୀକ୍ଷାର ବିକଳ୍ପ ଦିଆଯିବ।

ଅର୍ଥାତ ୨୨ ମେ’ ରେ ଜାରି ହୋଇଥିବା ଏହି ସର୍କୁଲାରରେ କୁହାଯାଇଛି ଯେ, ମାତୃଭାଷାରେ ପଠପଢା ଜୁଲାଇରୁ ଆରମ୍ଭ ହୋଇପାରେ।