fbpx

କାଲି ବାହାରିବ CBSE ଦ୍ୱାଦଶ ରେଜଲ୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତାକାଲି ପ୍ରକାଶ ପାଇବ CBSE ଦ୍ୱାଦଶ ବୋର୍ଡ ରେଜଲ୍ଟ । କାଲି ଦିନ ସାଢ଼େ ୧୨ଟାରେ ରେଜଲ୍ଟ ପ୍ରକାଶ ପାଇବ । www.cbse.nic.in ରେ ରେଜଲ୍ଟ ଉପଲବ୍ଧ ହେବ ।

ତେବେ ସିବିଏସଇ ରେଜଲ୍ଟ ନିର୍ଦ୍ଧାରିତ ସମୟରେ ପ୍ରକାଶ ପାଇବ ବୋଲି ଶନିବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ । ହେଲେ ରେଜଲ୍ଟ କେବେ ଜାରି ହେବ, ସେନେଇ କୌଣସି ସୂଚନା ନେଇନଥିଲେ । ଏପରିକି ଆଜି ରେଜଲ୍ଟ ପ୍ରକାଶ ପାଇବା ନେଇ ବୋର୍ଡ ତରଫରୁ କୌଣସି ଅଫିସିଆଲ୍ ସୂଚନା ମଧ୍ୟ ପ୍ରଦାନ କରାଯାଇନାହିଁ । ଏପ୍ରିଲ ୨୬ ତାରିଖରେ ଆରମ୍ଭ ହୋଇଥିବା ସିବିଏସଇ ପରୀକ୍ଷା ଜୁନ୍ ୧୫ରେ ଶେଷ ହୋଇଥିଲା । ସମଗ୍ର ଦେଶରୁ ପ୍ରାୟ ୩୫ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବାବେଳେ ଓଡ଼ିଶାରୁ ଦଶମ ଶ୍ରେଣୀରେ ୩୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏବଂ ଦ୍ୱାଦଶରେ ୧୮ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ।

Get real time updates directly on you device, subscribe now.