fbpx

(Video)ମୃତ୍ୟୁ ଆଗରେ ଠିଆ ହୋଇଥିଲେ ୩ ବ୍ୟକ୍ତି: ମାତ୍ର ୩ ସେକେଣ୍ଡ ଭିତରେ ଏପରି ବଞ୍ଚାଇଦେଲେ ନିଜ ଜୀବନ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମହାରାଜଗଞ୍ଜ ଜିଲ୍ଲାର ପୁରନ୍ଦରପୁର ପୋଲିସ ଷ୍ଟେସନ ଛକ ନିକଟରେ ହୋଇଛି ଏକ ଭୟଙ୍କର ଦୁର୍ଘଟଣା, ଯାହାର ଭିଡିଓ ସାମ୍ନାକୁ ଆସିଛି । ଦୁର୍ଘଟଣାରେ ୩ ଜଣ ବ୍ୟକ୍ତି ମାତ୍ର ୩ ସେକେଣ୍ଡରେ ନିଜ ଜୀବନ ବଞ୍ଚାଇଥିବା ଭିଡିଓରେ ଦେଖିବାକୁ ମିଳିଛି । ଯଦି ସେମାନେ ଠିକ୍ ସମୟରେ ନିଜ ସ୍ଥାନରୁ ନ ହଟିଥାନ୍ତେ, ତେବେ କିଛି ବି ହୋଇପାରିଥାନ୍ତା । ଭିଡିଓରେ ଗୋଟିଏ ଟ୍ରକ୍ ଭାରସାମ୍ୟ ହରାଇ ମାଡ଼ିଆସୁଥିବା ବେଳେ ଆଗରେ ୩ ଜଣ ଲୋକ ବିଳମ୍ବ ନକରି ନିଜ ସ୍ଥାନରୁ ହଟିଯାଇଥିବା ଦେଖିବାକୁ ମିଳିଛି ।

ତେବେ ଟ୍ରକଟି ଗୋରଖପୁରରୁ ନେପାଳ ଯାଉଥିଲା । କିନ୍ତୁ ପୁରନ୍ଦରପୁର ଛକରୁ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଦୋକାନ ଭିତରେ ପଶିଯାଇଥିଲା । ସେଠାରେ ଉପସ୍ଥିତ ଥିବା ୩ ଜଣ ଲୋକ ଦୌଡ଼ି ପଳାଇ ନିଜ ଜୀବନ ବଞ୍ଚାଇଛନ୍ତି । ଯଦି କିଛି ସେକେଣ୍ଡ ବି ବିଳମ୍ବ ହୋଇଥାନ୍ତା, ତେବେ ସେମାନେ ବଡ଼ ଦୁର୍ଘଟଣାର ଶିକାର ହୋଇଥାନ୍ତେ । ଏବେ ଏହି ଦୁର୍ଘଟଣାର ସିସିଟିଭ ଫୁଟେଜ ଭାଇରାଲ ହେବାରେ ଲାଗିଛି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.