fbpx

୧୮ ମାସର ବକେୟା DAକୁ ନେଇ ଆସିଲା ବଡ଼ ଅପଡେଟ୍: କେନ୍ଦ୍ର କର୍ମଚାରୀଙ୍କୁ ମିଳିପାରେ ନୂଆବର୍ଷ ଉପହାର

ନୂଆଦିଲ୍ଲୀ: କେନ୍ଦ୍ର କର୍ମଚାରୀଙ୍କ ୧୮ ମାସର ବକେୟା ମହଙ୍ଗା ଭତ୍ତା (ଡିଏ)କୁ ନେଇ ଆସିଛି ଏକ ବଡ଼ ଖବର । ଖୁବଶୀଘ୍ର କେନ୍ଦ୍ର ସରକାର ବକେୟା ଡିଏ ଅର୍ଥ କର୍ମଚାରୀ ଓ ପେନସନଭୋଗୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିପାରନ୍ତି । ଯଦି କେନ୍ଦ୍ର ସରକାରଙ୍କ ତରଫରୁ ଏପରି କିଛି ଘୋଷଣା ହୁଏ, ତେବେ ତାହା ଲକ୍ଷ ଲକ୍ଷ କର୍ମଚାରୀଙ୍କ ପାଇଁ ନୂଆବର୍ଷ ଉପହାର ସଦୃଶ ହୋଇପାରେ ।

ସୂଚନା ମୁତାବକ, କେନ୍ଦ୍ର ସରକାର ୧୮ ମାସର ବକେୟା ଡିଏ କେନ୍ଦ୍ର କର୍ମଚାରୀଙ୍କ ଆକାଉଣ୍ଟରେ ଜମା କରିପାରନ୍ତି । ଏଥିସହିତ ସରକାରଙ୍କ ପକ୍ଷରୁ ମହଙ୍ଗା ଭତ୍ତା (ଡିଏ)ରେ ମଧ୍ୟ ବୃଦ୍ଧି କରାଯାଇପାରେ । ତେବେ ଏନେଇ ସରକାରଙ୍କ ପକ୍ଷରୁ ଅଫିସିଆଲ ଭାବେ କୌଣସି ସୂଚନା ଜାରି କରାଯାଇ ନାହିଁ । ଏନେଇ କିଛି ମିଡ଼ିଆ ରିପୋର୍ଟରେ ଖବର ପ୍ରକାଶ ପାଇଛି ।

କେନ୍ଦ୍ର ସରକାର କର୍ମଚାରୀ ଓ ପେନସନଭୋଗୀଙ୍କ ପଇଁ ଏକ ଘୋଷଣା କରିବାକୁ ଯାଉଥିବା ନେଇ ବେଶ୍ ଚର୍ଚ୍ଚା ଚାଲିଛି । ୧୮ ମାସର ବକେୟା ଡିଏ ପାଇବା ଆଶାରେ ଲକ୍ଷ ଲକ୍ଷ କର୍ମଚାରୀଙ୍କ ପରିବାର ଆଶା କରି ରହିଛନ୍ତି । ଯଦି କେନ୍ଦ୍ର ସରକାର ଏହି ପଦକ୍ଷେପ ଗ୍ରହଣ କରନ୍ତି ତେବେ ପ୍ରତି କର୍ମଚାରୀଙ୍କ ଆକାଉଣ୍ଟରେ ଲକ୍ଷାଧିକ ଟଙ୍କା ଜମା ହୋଇପାରେ । ସୂଚନାଯୋଗ୍ୟ ଯେ, କୋଭିଡ-୧୯ ସମୟରେ କେନ୍ଦ୍ର ସରକାର ୨୦୨୦ ମସିହା ଜାନୁଆରୀ ୧ ତାରିଖ ଠାରୁ ୨୦୨୧ ମସିହା ଜୁନ୍ ମାସ ୩୦ ତାରିଖ ପର୍ଯ୍ୟନ୍ତ ୧୮ ମାସର ଡିଏ କର୍ମଚାରୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିନଥିଲେ । ଉକ୍ତ ବକେୟା ଡିଏ ଅର୍ଥକୁ ନେଇ ବିଭିନ୍ନ ସମୟରେ ଚର୍ଚ୍ଚା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.