Breaking: ଜଟଣୀ ଫୋରେନସିକ୍ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିବେ ଶାହା, ଓଡ଼ିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ । ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଅମିତ ଶାହା । ଶାହାଙ୍କ ଗସ୍ତ ନେଇ ମନମୋହନଙ୍କ ସୂଚନା ।

୨୧ ତାରିଖ ସନ୍ଧ୍ୟାରେ ଝାରସୁଗୁଡ଼ାରେ ପହଞ୍ଚିବେ ଶାହା । ସେଠାରୁ ଯାଇ ଏମସିଏଲ୍ ଗେଷ୍ଟ ହାଉସରେ ରହିବେ ।

୨୨ ତାରିଖ ସକାଳେ ସମଲେଶ୍ୱରୀଙ୍କ ଦର୍ଶନ କରିବେ କେନ୍ଦ୍ର ମନ୍ତ୍ରୀ । ଏହାପରେ ବିଏଚଡି ପଡ଼ିଆରେ ସାଧାରଣ ସଭାରେ ଯୋଗଦେବେ ।

କାର୍ଯ୍ୟକ୍ରମରେ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ଶାହା । ୨ଟାବେଳେ ଭୁବନେଶ୍ୱର ଯିବେ, ସେଠାରୁ ପୁରୀ ଯାଇ ରାତ୍ରୀଯାପନ କରିବେ ଶାହା ।

ପରଦିନ ଶ୍ରୀଜିଉଙ୍କୁ ଦର୍ଶନ କରି ଜଟଣୀ ଆସିବେ । ଜଟଣୀରେ ଫୋରେନସିକ୍ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିବେ କେନ୍ଦ୍ର ଗୃହମନ୍ତ୍ରୀ । ୨୩ ତାରିଖ ଦିନ ଅପରାହ୍ନରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ଅମିତ ଶାହା ।