fbpx

ନିଆଁରେ ଜଳିଗଲାଣି ଦୁଇ ଡଜନ ଇଲେକ୍ଟ୍ରିକ୍ ଯାନ, ନୂଆ ଦୁଇଚକିଆ ଯାନ ଲଞ୍ଚ ନେଇ ରୋକ୍ ଲଗାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଇଲେକ୍ଟ୍ରିକ୍ ଯାନ ବଜାରକୁ ଆସିବା ପରେ ଲୋକଙ୍କ ମନରେ ନୂଆ ଉନ୍ମାଦନା ସୃଷ୍ଟି ହୋଇଥିଲା । ପେଟ୍ରୋଲ ଦର ବୃଦ୍ଧିରୁ ଏହି ଯାନ ନିସ୍ତାର ଦେବ ବୋଲି ସରକାର ବିଚାର କରୁଥିଲେ । ତେବେ କିଛିଦିନ ଧରି ଏକାଧିକ ଇଲେକ୍ଟ୍ରିକ ଯାନରେ ନିଆଁ ଲାଗିବା ବର୍ତ୍ତମାନ ନୂଆ ସମସ୍ୟା ହୋଇ ଠିଆ ହୋଇଛି । କେନ୍ଦ୍ର ସରକାର ଏହି ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛନ୍ତି ।

ବର୍ତ୍ତମାନ ଇଲେକ୍ଟ୍ରିକ ଯାନର ନୂଆ ମଡେଲ ଲଞ୍ଚ କରିବା ଉପରେ ସରକାର ରୋକ୍ ଲାଗୁ କରିଛନ୍ତି । ଗତ କିଛିଦିନ ଧରି ଦେଶର କିଛି ସ୍ଥାନରେ ଏକାଧିକ ଇଲେକ୍ଟ୍ରିକ ଯାନରେ ନିଆଁ ଲାଗିବା ଖବର ସାମ୍ନାକୁ ଆସିଛି । ତେଣୁ ଏନେଇ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଓ ଇଲେକ୍ଟ୍ରିକ ଯାନ କମ୍ପାନୀଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା ।

ଏନେଇ ବିଭାଗୀୟ ମନ୍ତ୍ରୀ ନୀତିନ ଗଡକରୀ ଟ୍ୱିଟ୍ କରିଛନ୍ତି ଯେ, ସମସ୍ତ ଡିଫେକ୍ଟିଭ ଗାଡ଼ିଗୁଡ଼ିକୁ ଫେରସ୍ତ ନେବାକୁ କମ୍ପାନୀମାନଙ୍କୁ କୁହାଯାଇଛି । ଏଥିସହିତ ଏହାର ଯାଞ୍ଚ ପାଇଁ ଏକ ଏକ୍ସପର୍ଟ କମିଟି ଗଠନ କରାଯାଇଛି । କ୍ୱାଲିଟି ମାମଲାରେ ଯଦି କୌଣସି କମ୍ପାନୀର ଲାପରବାହୀ ସାମ୍ନାକୁ ଆସେ, ତେବେ କଠୋର ଦଣ୍ଡବିଧାନ କରାଯିବ ।

Get real time updates directly on you device, subscribe now.