fbpx

ଅବହେଲା କଲେ ସ୍ଥିତି ବିଗିଡିବ: ଓଡ଼ିଶା ସମେତ ୧୦ ରାଜ୍ୟକୁ ସତର୍କ କରାଇଲା କେନ୍ଦ୍ର ସରକାର, ସଂକ୍ରମଣର ଗ୍ରାଫ୍ ଦେଖି କଟକଣା କଡ଼ାକଡ଼ି କରିବାକୁ ପରାମର୍ଶ

ନୂଆଦିଲ୍ଲୀ, (ଭାସ୍କର ନ୍ୟୁଜ୍): ଦେଶର ୧୦ଟି ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି କିମ୍ବା ପଜିଟିଭିଟି ରେଟ୍‌ ୧୦% ଉପରେ ରହୁଛି । ଏହି ୧୦ ରାଜ୍ୟ ମଧ୍ୟରେ ଓଡ଼ିଶା ମଧ୍ୟ ରହିଛି । ଏଥିପାଇଁ ଶନିବାର କେନ୍ଦ୍ର ସରକାର ଉକ୍ତ ୧୦ ରାଜ୍ୟକୁ ସତର୍କ କରାଇଛନ୍ତି । ଯେଉଁସବୁ ଜିଲ୍ଲାରେ ସଂକ୍ରମଣ ଗ୍ରାଫ୍‌ ଉପର ମୁହାଁ ରହିଛି କିମ୍ବା ପଜିଟିଭିଟି ରେଟ୍‌ ୧୦% ଉପରେ ଅଛି ସେଠାରେ କଟକଣା କଡ଼ାକଡ଼ି କରିବା ଉପରେ ଗୁରୁତ୍ୱ ଦେବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି ।କଟକଣା ଲାଗୁ କରିବା ସହ ରାଜ୍ୟଗୁଡ଼ିକ ୬୦ ବର୍ଷ ବୟସ୍କରୁ ଊଦ୍ଧ୍ୱର୍ ଓ ୪୫ରୁ ୬୦ ବର୍ଷ ବୟସ ମଧ୍ୟରେ ଥିବା ଲୋକଙ୍କର ଟିକାକରଣ ତ୍ୱରାନ୍ୱିତ କରିବାକୁ କୁହାଯାଇଛି । କରୋନା ଦ୍ୱାରା ଏହି ବର୍ଗର ଲୋକଙ୍କ ମୃତ୍ୟୁହାର ପ୍ରାୟ ୮୦% ରହୁଥିବାରୁ ଏପରି ପଦକ୍ଷେପ ନେବାକୁ କୁହାଯାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ କେରଳ, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, ଓଡ଼ିଶା, ଆସାମ, ମିଜୋରାମ, ମେଘାଳୟ, ଆନ୍ଧ୍ର ପ୍ରଦେଶ ଓ ମଣିୁରରେ ବର୍ତ୍ତମାନ ସଂକ୍ରମଣ ବଢ଼ୁଛି କିମ୍ବା ଏକାଧିକ ଜିଲ୍ଲାରେ ପଜିଟିଭିଟି ରେଟ୍‌ ୧୦% ଉପରେ ରହିଛି । ଦେଶର ୪୬ଟି ଜିଲ୍ଲାରେ ପଜିଟିଭିଟି ରେଟ୍‌ ୧୦% ଉପରେ ରହିଥିବା ବେଳେ ୫୩% ଜିଲ୍ଲାରେ ଏହା ୫ରୁ ୧୦% ଭିତରେ ରହିଛି । ତେଣୁ ସେଠାରେ ଅଧିକରୁ ଅଧିକ ଟେଷ୍ଟିଂ କରିବାକୁ କୁହାଯାଇଛି । ଯଦି ବର୍ତ୍ତମାନ ସ୍ଥିତିରେ ରାଜ୍ୟଗୁଡ଼ିକ ଅବହେଳା କରିବେ ତେବେ ଆଗକୁ ଜିଲ୍ଲାଗୁଡ଼ିକର ସ୍ଥିତି ଆହୁରି ଖରାପ ହେବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସତର୍କ କରାଯାଇଛି ।

Get real time updates directly on you device, subscribe now.