ନୂଆଦିଲ୍ଲୀ: ଡିଜିଟାଲ ମିଡ଼ିଆ ସଂସ୍ଥାଗୁଡ଼ିକ କେନ୍ଦ୍ର ସରକାରଙ୍କ ଅଧିନରେ ବିଧିବଦ୍ଧ ଭାବେ ପଞ୍ଜୀକୃତ ହେବେ । ବର୍ତ୍ତମାନ ସମୟରେ ଦିନକୁ ଦିନ ଡିଜିଟାଲ ମିଡ଼ିଆର ପ୍ରାଧାନ୍ୟ ବୃଦ୍ଧି ପାଉଥିବା ବେଳେ ଅନେକ ବିବାଦ ମଧ୍ୟ ଦେଖାଯାଉଛି । ତେବେ ଏହାକୁ ନିୟନ୍ତ୍ରଣକୁ ଆଣିବାକୁ କେନ୍ଦ୍ର ସରକାର ଏଥିପାଇଁ ଏକ ବିଲ୍ ଆଣିବାକୁ ପ୍ରସ୍ତୁତ ହେଉଥିବା ଏକ ସୂତ୍ରରୁ ଜଣାପଡ଼ିଛି ।
ତେବେ ସୂଚନା ମୁତାବକ, କେନ୍ଦ୍ର ସରକାର ଚଳିତ ମୌସୁମୀ ଅଧିବେଶନରେ ଏନେଇ ଏକ ବିଲ୍ ପାର୍ଲାମେଣ୍ଟରେ ଉପସ୍ଥାପନ କରିପାରନ୍ତି । ଦେଶରେ ଯେଉଁସବୁ ଖବରକାଗଜ ଓ ଛାପା ଗଣମାଧ୍ୟମ ସଂସ୍ଥା ରହିଛି ସେଥିରେ ବ୍ରିଟିଶ ଅମଳର ନୀତି ଲାଗୁ ହୋଇଛି । ଛାପା ଗଣମାଧ୍ୟମ ସଂସ୍ଥା ‘ପ୍ରେସ ଆଣ୍ଡ ରେଜିଷ୍ଟ୍ରେସନ ଅଫ୍ ବୁକ୍ ଆକ୍ଟ-୧୮୬୭’ ଅନୁସାରେ ପଞ୍ଜୀକୃତ ହୋଇଛନ୍ତି । କେନ୍ଦ୍ର ସରକାର ଏହି ଆଇନରେ ପରିବର୍ତ୍ତନ କରି ‘ରେଜିଷ୍ଟ୍ରେସନ ଅଫ୍ ପ୍ରେସ ଆଣ୍ଡ ପିରିଓଡିକାଲସ ବିଲ-୨୦୧୯’ ଲାଗୁ କରିବାକୁ ଯୋଜନା କରୁଛନ୍ତି ।
ତେବେ ଯଦି ଏହି ବିଲ୍ ସଂସଦରେ ଗୃହୀତ ହୁଏ, ତେବେ ଖବରକାଗଜ, ଅନ୍ୟ ଛାପା ଗଣମାଧ୍ୟମ ଭଳି ଡିଜିଟାଲ ମିଡ଼ିଆ ସଂସ୍ଥାମାନେ କେନ୍ଦ୍ର ସରକାରଙ୍କ ପ୍ରେସ୍ ରେଜିଷ୍ଟ୍ରାର ଜେନେରାଲଙ୍କ ନିକଟରେ ପଞ୍ଜୀକୃତ ହେବେ । ଏହି ପ୍ଲାଟଫର୍ମରେ ପ୍ରରିତ ଖବର ବା ଭିଡିଓ ବିବାଦ ସୃଷ୍ଟି କରିବା ପରେ ନ୍ଦ୍ରେ ସରକର ଡିଜିଟାଲ ମିଡ଼ିଆକୁ ନିୟନ୍ତ୍ରଣ ପାଇଁ ୨୦୧୯ରେ ଏକ ଚିଠା ବିଲ୍ ପ୍ରସ୍ତୁତ କରିଥିଲେ । ସୂଚନାଯୋଗ୍ୟ ଯେ, ବର୍ତ୍ତମାନ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଛାପା ଗଣମାଧ୍ୟମକୁ ନିୟନ୍ତ୍ରଣ କରୁଛି ।