fbpx

ତୈଳ ଦରବୃଦ୍ଧିକୁ ନେଇ ଚିନ୍ତା କରନ୍ତୁ ନାହିଁ: ଲିଟର ପିଛା ୬୦ ଟଙ୍କା ହେବ ଫୁଏଲ୍, ସରକାର ଲାଗୁ କରିବେ ସ୍ପେଶାଲ୍ ପ୍ଲାନ୍

ନୂଆଦିଲ୍ଲୀ: ଦେଶରେ ତୈଳ ଦରବୃଦ୍ଧିକୁ ନେଇ ଜନତାଙ୍କ ମଧ୍ୟରେ ଅସନ୍ତୋଷ ଜାରି ରହିଥିବା ବେଳେ କେନ୍ଦ୍ର ସରକାର ଦିପାବଳୀ ଅବସରରେ ନୂଆ ଘୋଷଣା କରିଛନ୍ତି । ପେଟ୍ରୋଲରୁ ୫ ଟଙ୍କା ଓ ଡିଜେଲ ଉପରୁ ୧୦ ଟଙ୍କା ଉତ୍ପାଦ ଶୁଳ୍କ ହ୍ରାସ କରିଛନ୍ତି । କିଛି ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଉପରୁ ମୂଲ୍ୟଯୁକ୍ତ କର (ଭାଟ୍) ଛାଡ଼ କରାଯାଇ ଲୋକଙ୍କୁ ଅତିରିକ୍ତ ସୁବିଧା ଦିଆଯାଇଛି । କିଛି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ବର୍ତ୍ତମାନ ପେଟ୍ରୋଲ ଲିଟର ୧୦୦ ଉପରେ ରହିଛି । ତୈଳ ଦରବୃଦ୍ଧିରୁ ସାଧାରଣଲୋକଙ୍କୁ ନିସ୍ତାର ଦେବା ପାଇଁ ମୋଦି ସରକାର ଏକ ସ୍ୱତନ୍ତ୍ର ପ୍ଲାନିଂ କରିଛନ୍ତି । ଏହାଫଳରେ ଆପଣଙ୍କ କାରର ଇନ୍ଧନ ମାତ୍ର ୬୦ ଟଙ୍କାରେ ମିଳିପାରିବ ବୋଲି କୁହାଯାଉଛି ।

ପେଟ୍ରୋଲ-ଡିଜେଲ ଉପରୁ ନିର୍ଭରତାକୁ ହ୍ରାସ କରିବାକୁ କେନ୍ଦ୍ର ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି । ସେଥିପାଇଁ ଏଥାନଲ ବ୍ଲେଣ୍ଡିଂ ଉପରେ କାର୍ଯ୍ୟ ଜାରି ରହିଛି । ଦେଶରେ ଖୁବଶୀଘ୍ର ଫ୍ଲେକ୍ସ ଫୁଏଲ ଲାଗୁ କରାଯିବା ଫଳରେ ଜନସାଧାରଣଙ୍କୁ ମାତ୍ର ୬୦ ଟଙ୍କାରେ ଇନ୍ଧନ ମିଳିପାରିବ । ଆସନ୍ତା କିଛି ମାସ ମଧ୍ୟରେ ଫ୍ଲେକ୍ସ ଫୁଏଲ ଇଞ୍ଜିନକୁ ବାଧ୍ୟତାମୂଳକ କରାଯିବା ନେଇ ପ୍ରସ୍ତୁତି ଚାଲିଥିବା କହିଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ । ସମସ୍ତ ପ୍ରକାରର ବାହନ ପାଇଁ ଏହି ନିୟମ ଲାଗୁ କରାଯିବା ସହ ସମସ୍ତ ଫ୍ଲେକ୍ସ ଫୁଏଲ ଇଞ୍ଜିନକୁ ବ୍ୟବହାର ପାଇଁ ଅଟୋ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦିଆଯିବ । ଫ୍ଲେକ୍ସ ଫୁଏଲ ହେଉଛି ଏଥାନଲ ଓ ଗ୍ୟାସୋନିଲର ଏକ ମିଶ୍ରିତ ବିକଳ୍ପ । ଇଲେକ୍ଟ୍ରି ଭେହିକିଲ ଅପେକ୍ଷା ଏହା ଅଧିକ ବ୍ୟବହାରଯୋଗ୍ୟ ହେବ ବୋଲି କୁହାଯାଇଛି । ଫ୍ଲେକ୍ସ ଇଞ୍ଜିନରେ ଆପଣ ଗୋଟିଏ ଟ୍ୟାଙ୍କିରୁ ଅନେକ ପ୍ରକାରର ଫୁଏଲ୍ ପକାଇପାରିବେ । ସରକାର ଖୁବଶୀଘ୍ର ଫ୍ଲେକ୍ସ ଫୁଏଲକୁ ନେଇ ତାରିଖ ଘୋଷଣା କରିପାରନ୍ତି ବୋଲି କୁହାଯାଇଛି ।

Get real time updates directly on you device, subscribe now.