fbpx

ପ୍ରଥମ ଗ୍ୟାସିଫିକେସନ କାରଖାନାର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର, ୧୧ା୧୨ (ଓଡିଶା ଭାସ୍କର): ତାଳଚେର ସାର ଓ କାରଖାନାରେ କାର୍ଯ୍ୟକାରୀ ପ୍ରକଳ୍ପର ସମୀକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମୀକ୍ଷା ବୈଠକରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ସାର ଓ ରସାୟନ ମନ୍ତ୍ରୀ ସାମିଲ ଥିଲେ । ବୈଠକରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କାରଖାନା ପାଇଁ ଥିବା ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ ଗୁରୁତ୍ୱାରୋପ କରିଥିଲେ । ତାଳଚେର ସାର କାରଖାନା ଦେଶର ପ୍ରଥମ କୋଇଲା ଗ୍ୟାସୀୟକରଣ କାରଖାନା ହେବ । ତାଳଚେର ସାର କାରଖାନା ଓଡ଼ିଶା ତଥା ଭାରତକୁ ୟୁରିଆ ଉତ୍ପାଦନରେ ଆତ୍ମନିର୍ଭରଶୀଳ କରିବ । କାରଖାନା ପାଇଁ ଥିବା ଚ୍ୟାଲେଞ୍ଜ ଓ ପ୍ରକଳ୍ପକୁ ଦୀର୍ଘ କାର୍ଯ୍ୟକାରୀ କରିବାକୁ ଗୁରୁତ୍ୱ ଦିଆଯିବ । ଓଡ଼ିଶା ଓ ପୂର୍ବ ଭାରତର ୟୁରିଆ ସାରର ସହଜ ଯୋଗାଣ ଉପଲବ୍ଧିକୁ ନିଶ୍ଚିତ କରିବ ବୋଲି ମନ୍ତ୍ରୀ କହିଥିଲେ ।

Get real time updates directly on you device, subscribe now.