fbpx

ସରକାରଙ୍କ ବଡ଼ ଘୋଷଣା: ମାର୍ଚ୍ଚ ୩୧ ପରେ ମଧ୍ୟ ଏପରି ଚାଉଳ ରପ୍ତାନୀରେ ଜାରି ରହିବ ୨୦ ପ୍ରତିଶତ ଏକ୍ସପୋର୍ଟ ଡ୍ୟୁଟି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବୁଧବାର ଦିନ କିଛି ବଡ଼ ନିଷ୍ପତ୍ତିର ଘୋଷଣା କରିଛନ୍ତି । ଏଥିରେ ଆଖୁର କିଣା ମୂଲ୍ୟ ୨୫ ଟଙ୍କା ବଢିବାକୁ ନେଇ ଚାଉଳର ରପ୍ତାନୀ ଉପରେ ୨୦ ପ୍ରତିଶତ ରପ୍ତାନୀ ଶୁଳ୍କ ୩୧ ମାର୍ଚ୍ଚ ୨୦୨୪ ପରେ ମଧ୍ୟ ଜାରି ରହିବାର ଘୋଷଣା କରିଛନ୍ତି । ଏହି ଏକ୍ସପର୍ଟ ଡ୍ୟୁଟି ଉସୁନା ଚାଉଳ ରପ୍ତାନୀ ଉପରେ ଜାରି ରହିବାର ଘୋଷଣା କରାଯାଇଛି । କେନ୍ଦ୍ର ସରକାର ବୁଧବାର ଦିନ କହିଛନ୍ତି ଯେ, ୨୦ ପ୍ରତିଶତ ରପ୍ତାନୀ ଶୁଳ୍କ ୩୧ ମାର୍ଚ୍ଚ ପରେ ମଧ୍ୟ ଜାରି ରହିବ ।

ଦେଶରେ ଘରୋଇ ମୂଲ୍ୟକୁ ଆୟତ୍ତରେ ରଖିବା ପାଇଁ ୨୫ ଅଗଷ୍ଟରୁ ୧୬ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ଉସୁନା ଚାଉଳ ଉପରେ ୨୦ ପ୍ରତିଶତ ରପ୍ତାନୀ ଶୁଳ୍କ ଲାଗୁ କରାଯାଇଥିଲା । ଯାହା ପରେ ୩୧ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ବଢାଗଲା । ଆଜି ଏହି ଏକ୍ସପୋର୍ଟ ଡ୍ୟୁଟିର ଅବଧିକୁ ବଢାଯାଇଛି । ହେଲେ କେବେ ପର୍ଯ୍ୟନ୍ତ ଏପରି ଜାରି ରହିବ, ସେଥିପାଇଁ କୌଣସି ତାରିଖ ଘୋଷଣା କରାଯାଇନାହିଁ ।

ଗତକାଲି ମନ୍ତ୍ରଣାଳୟ ଏକ ନୋଟିଫିକେଶନ ଜାରି କରିଥିଲା, ଯେଉଁଥିରେ କୁହାଯାଇଛି ଯେ ୨୦ ପ୍ରତିଶତ ରପ୍ତାନୀ ଶୁଳ୍କ ବିନା କୌଣସି ଲିଷ୍ଟ ଡେଟର ୩୧ ମାର୍ଚ୍ଚ ପରେ ଜାରି ରହିବ । ଚାଉଳର ଭରପୂର ଷ୍ଟୋରେଜ ରହିବା ସହ ଦେଶରେ ଘରୋଇ ମୂଲ୍ୟ ନ ବଢିବା ଏବଂ ଲିମିଟ ବାହାରେ ନ ଯିବ ବୋଲି ସରକାର ପ୍ରିୱାଇଲ୍ଡ ରାଇସ ବା ଉସୁନା ଚାଉଳର ଏକ୍ସପୋର୍ଟ ଉପରେ ୨୦ ପ୍ରତିଶତ ଅତିରିକ୍ତ ଶୁଳ୍କ ଲାଗୁ କରିଛନ୍ତି ।

Get real time updates directly on you device, subscribe now.