fbpx

Demonetization ନିଷ୍ପତ୍ତି କାହାର ସୁପାରିସ ଆଧାରରେ ନିଆଯାଇଥିଲା: ସୁପ୍ରିମକୋର୍ଟରେ ଜବାବ ଦାଖଲ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ନୋଟବନ୍ଦୀକୁ ନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଆଫିଡେଭିଡ୍ ଦାଖଲ କରିଛନ୍ତି । ୨୦୧୬ରେ ହୋଇଥିବା ନୋଟବନ୍ଦୀକୁ ନେଇ ସୁପ୍ରିମକୋର୍ଟରେ ପିଟିସନ ଦାୟର ହୋଇଥିଲା । ଏନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଜବାବ ଦାଖଲ କରିଛନ୍ତି । ନକଲି ମୁଦ୍ରା ଓ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣର ମୁକାବିଲା କରିବା ପାଇଁ ଏହି ପ୍ରଭାବୀ ପଦକ୍ଷେପ ନିଆଯାଇଥିବା ଦର୍ଶାଯାଇଛି ।

ଏଥିସହିତ କଳାଧନ, ଟ୍ୟାକ୍ସ ଚୋରି ପରି ଆର୍ଥିକ ଅପରାଧକୁ ମୁକାବିଲା କରିବା କ୍ଷେତ୍ରରେ ନୋଟବନ୍ଦୀ ବା ବିମୁଦ୍ରୀକରଣ ପ୍ରଭାବୀ ହେବ ବୋଲି ସରକାରଙ୍କ ହୃଦବୋଧ ହୋଇଥିଲା । ବିଭିନ୍ନ ସମସ୍ୟାକୁ ସମୀକ୍ଷା କରିବା ପରେ କେନ୍ଦ୍ର ସରକାର ଏହି ପ୍ରଭାବୀ ସକାରାତ୍ମକ ଉପାୟକୁ ଲାଗୁ କରିବାକୁ ଧ୍ୟାନ ଦେଇଥିଲେ । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ସୁପାରିଶ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଥିବା କେନ୍ଦ୍ର ସରକାର କହିଛନ୍ତି ।

ନୋଟବନ୍ଦୀର ସାମ୍ବିଧାନିକ ବୈଧତାକୁ ନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଥିଲେ । ୫ ଜଜଙ୍କୁ ନେଇ ଗଠିତ ସମ୍ବିଧାନ ପୀଠ କେନ୍ଦ୍ର ଓ ଆରବିଆଇଠାରୁ ନୋଟବନ୍ଦୀ ନିଷ୍ପତ୍ତି ଉପରେ ଜବାବ ଚାହିଁଥିଲେ । ୫୦୦ ଓ ୧୦୦୦ ଟଙ୍କିଆ ନୋଟକୁ ବନ୍ଦ କରିବା ନିଷ୍ପତ୍ତିକୁ ନେଇ ଆଫିଡେଭିଡ୍ ଦାଖଲ କରିବାକୁ ଅଦାଲତ କହିଥିଲେ । ଗତ ୨୦୧୬ରେ ନରେନ୍ଦ୍ର ମୋଦୀ ସରକାର ଦେଶରେ ନୋଟବନ୍ଦୀ ଘୋଷଣା କରିଥିଲେ । ଏହାପରେ ଦେଶରେ ୫୦୦ ଓ ୧୦୦୦ ଟଙ୍କିଆ ନୋଟକୁ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହା ନିଷ୍ପତ୍ତିକୁ ନେଇ ଦେଶର ଜନତାଙ୍କୁ ବହୁ ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲା । ଏହି କାରଣକୁ ନେଇ ନୋଟବନ୍ଦୀ ବିରୋଧରେ ସର୍ବୋଚ୍ଚ ଅଦାଲତରେ ୟାଚିକା ଦାୟର ହୋଇଥିଲା । ୨୦୧୬ ପରଠାରୁ ଏହା ମଧ୍ୟରେ ୫୭ଟି ୟାଚିକା ଦାୟର ହୋଇ ସାରିଛି ।

Get real time updates directly on you device, subscribe now.