fbpx

Adobe ବ୍ୟବହାରକାରୀ ହୋଇଯାଆନ୍ତୁ ସାବଧାନ! ସରକାର ଜାରି କଲେ ଆଲର୍ଟ

Advertisement

ନୂଆଦିଲ୍ଲୀ: Adobe ସଫ୍ଟୱେୟାର ବ୍ୟବହାର କରୁଥିବା ୟୁଜର୍ସଙ୍କ ପାଇଁ ବଡ଼ ଖବର ରହିଛି । ଇଣ୍ଡିଆନ କମ୍ପ୍ୟୁଟର ଏମରଜେନ୍ସି ରେସ୍ପନ୍ସ ଟୀମ Adobeର ୨୯ ସଫ୍ଟୱେୟାର ଏବଂ ସେବାଗୁଡିକୁ ନେଇ ଚେତାବନୀ ଜାରି କରିଛନ୍ତି । ଏଥିରେ Adobe Photoshop, ColdFusion, ଏବଂ Creative Cloud ଭଳି ଲୋକପ୍ରିୟ ଆପ ସାମିଲ ଅଛି ।CERT-In ଏହି ପ୍ରଡକ୍ଟସରେ ମିଳିଥିବା ହାଇ ରିସ୍କକୁ ଡିଟେକ୍ଟ କରିଛି ।

Adobe ର ସଫ୍ଟୱେୟାର ଏବଂ ସେବା ଗୁଡିକରେ ଅନେକ ଗମ୍ଭୀର ତ୍ରୁଟି ପାଇଛି, ଯାହାର ଫାଇଦା ଉଠାଇ ହ୍ୟାକର୍ସ ଆପଣଙ୍କ କମ୍ପ୍ୟୁଟର ବା ଫୋନରେ ଡାଟା ଚୋରି କରିପାରିବେ । ରିପୋର୍ଟ ମୁତାବକ, ଏହି ତ୍ରୁଟି ଜରିଆରେ ହ୍ୟାକର୍ସ ବହୁ ଦୂରରେ ଥାଇ ଆପଣଙ୍କ ଡିଭାଇସକୁ କଣ୍ଟ୍ରୋଲ କରିପାରିବେ ଏବଂ ସୁରକ୍ଷାକୁ ବାଇପାସ କରି ଆର୍ବିଟ୍ରରୀ କୋଡ ପଠାଇପାରିବେ । ଏହି କୋଡ ସାହାଯ୍ୟରେ ହ୍ୟାକର୍ସ ଆପଣଙ୍କ ଡାଟାକୁ ଆକ୍ସେସ କରିପାରିବେ ଏବଂ ଆପଣ ଏଥିପାଇଁ କିଛି ଜାଣିପାରିବେ ନାହିଁ ।

CERT-In ପରାମର୍ଶ ଦେଇଛି ଯେ, ଯେଉଁ ୟୁଜର୍ସ ଏହି ସଫ୍ଟୱେୟାରର ବ୍ୟନହାର କରୁଛି ସେ ତୁରନ୍ତ ଏହି ପ୍ରଡକ୍ଟସର ଲାଟେଷ୍ଟ ଭର୍ଜନକୁ ଇନଷ୍ଟଲ କରନ୍ତୁ । ଅପଡେଟେଡ ଭର୍ଜନରେ ଏହି ତ୍ରୁଟିକୁ ଦୂର କରାଯାଇଛି, ଯେଉଁଥିରେ ଆପଣଙ୍କ ଡିଭାଇସ ଏବଂ ଡାଟାର ସିକ୍ୟୁରିଟୀ ଚେକ କରିବାକୁ ପଡିବ ।

Get real time updates directly on you device, subscribe now.