fbpx

CES 2024: ଲଞ୍ଚ ହେଲା ଅଲ୍‌-ଇନ୍-ୱାନ୍ ଡିଭାଇସ୍‌, BP, Pulse rate, ଜ୍ୱର ଆଦି ମାପିବା ହେବ ସହଜ

ଓଡ଼ିଶା ଭାସ୍କର: ଆଜିକାଲି ନୂଆ ନୂଆ ଟେକ୍ନୋଲୋଜିର ବ୍ୟବହାର କାରଣରୁ ମାନବ ଜୀବନ ସହଜ ହୋଇପାରିଛି । ବଜାରକୁ ଆସୁଥିବା ଏହି ନୂତନ ଗେଜେଟ୍ ସବୁ ଲୋକମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ବର୍ତ୍ତମାନ CES 2024 ଟେକ୍ ଇଭେଣ୍ଟରେ ଅନେକ କମ୍ପାନୀ ନିଜ ଲେଟେଷ୍ଟ ଓ ଅପ୍‌କମିଙ୍ଗ୍ ଉତ୍ପାଦ ପ୍ରଦର୍ଶନ କରିଛନ୍ତି । ଏଥିମଧ୍ୟରୁ କନ୍‌ଜ୍ୟୁମର ଇଲେକ୍ଟ୍ରୋନିକ୍ସ କମ୍ପାନୀ Withings ଦ୍ୱାରା ଏକ ନୂଆ ପ୍ରଡ଼କ୍ଟ ଲଞ୍ଚ ହୋଇଛି ଯାହା ଏକ ସ୍ୱାସ୍ଥ୍ୟ ଉପକରଣ ଅଟେ । ଏହାର ନାଁ ହେଉଛି BeamO । ଏହା ଏକ ଅଲ୍‌-ଇନ୍‌- ୱାନ୍ ଡିଭାଇସ୍ ଯାହାର ବ୍ୟବହାର ଦ୍ୱାରା ଶରୀରର ତାପମାତ୍ରା, ବ୍ଲଡ୍ ଅକ୍ସିଜେନ୍ ସ୍ତର, ଜ୍ୱର, ହୃଦୟ ଏବଂ ପୁସଫୁସ୍ ଯାଞ୍ଚ କରିବା ପାଇଁ ଷ୍ଟେଥୋସ୍କୋପ ପରି କାର୍ଯ୍ୟ କରିଥାଏ । ଏହାର ମୂଲ୍ୟ ୨୪୯.୯୫ ଆମେରିକୀୟ ଡଲାର ହେବ । ତେବେ ଏହା ଭାରତୀୟ ବଜାରରେ କେବେ ଉପଲବ୍ଧ ହେବ ସେନେଇ କୈଣସି ସୂଚନା ମିଳିପାରି ନାହିଁ । ତେବେ ଆସନ୍ତୁ ଜାଣିବା ଏହି ଆଲ୍‌-ଇନ୍‌-ୱାନ୍ BeamOରେ କ’ଣ ସବୁ ଫିଚର୍ସ ରହିଛି ।

BeamO ହେଉଛି ଏକ କଣ୍ଟାକ୍ଟଲେସ୍ ଡିଭାଇସ୍ । ଏଥିରେ Photoplethysmography(PPG) ସେନ୍ସର, ଇଲେକ୍ଟ୍ରୋଡ୍ସ, ଏକ ଡ଼ିଜିଟାଲ ଷ୍ଟେଥୋସ୍କୋପ୍ ଏବଂ ସେକେଣ୍ଡ ଜେନେରେସନ୍ ଇନଫ୍ରାରେଡ଼୍ ଟେମ୍ପରେଚର ସେନ୍ସର ସୁବିଧା ରହିଛି । ତେବେ PPGର ଅଧିକାଂଶ ସ୍ମାର୍ଟ ଘଣ୍ଟାରେ Green LED ସେନ୍ସର ଭାବରେ ବ୍ୟବହାର ହୋଇଥାଏ । ଏହି ଉପକରଣ ମାଧ୍ୟମରେ ଆମେ ଘରେ ଆରାମରେ ବସି ସ୍ୱାସ୍ଥ୍ୟ ପରୀକ୍ଷା କରିପାରିବା । ଥର୍ମୋମିଟର, ଷ୍ଟେଥୋସ୍କୋପ, ଅକ୍ସି ମିଟର ଇତ୍ୟାଦିର ଆବଶ୍ୟକତା ନାହିଁ । ଫୁଡ଼୍ ଆଣ୍ଡ ଡ୍ରଗ୍ ଆଡ଼ମିନିଷ୍ଟ୍ରେନରୁ କ୍ଲିୟରାନ୍ସ ମିଳିବା ପରେ BeamO ଉପକରଣ ବଜାରରେ ଲଞ୍ଚ କରାଯିବ ।

Get real time updates directly on you device, subscribe now.