fbpx

ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲେ ରୋହିତ: ଅଶ୍ୱିନଙ୍କ ସ୍ଥାନରେ ଫେରିଲେ ଚହଲ

Advertisement

ନୂଆଦିଲ୍ଲୀ: ଇଡେନ ଗାର୍ଡେନରେ ଖେଳା ଯାଉଥିବା ସିରିଜର ଅନ୍ତିମ ମୁକାବିଲାରେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ଭାରତୀୟ କ୍ୟାପଟେନ ରୋହିତ ଶର୍ମା । କ୍ରମାଗତ ତୃତୀୟ ଟସ ଜିତିଥିବା ରୋହିତ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ବେଳେ ଦୁଇଟି ପରିବର୍ତ୍ତନ ସହିତ ପଡିଆକୁ ଓହ୍ଲାଇଛି ଭାରତ । ରାହୁଲଙ୍କ ସ୍ଥାନରେ ଇଶାନ କିଶନ ସାମିଲ ହୋଇଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନଙ୍କ ସ୍ଥାନରେ ସାମିଲ ହୋଇଛନ୍ତି ସ୍ପିନର ୟୁଜବେନ୍ଦ୍ର ଚହଲ ।

ଅନ୍ୟପକ୍ଷରେ ଟିମ୍ ସାଉଦି ବିଶ୍ରାମ ନେଇଥିବା ବେଳେ ମିଚେଲ ସାଣ୍ଟନର ନେତୃତ୍ୱ ନେଇଛନ୍ତି । ସାଉଦିଙ୍କ ସ୍ଥାନରେ ଲୋକି ଫର୍ଗୁସନ ଦଳକୁ ଫେରିଛନ୍ତି ।

Get real time updates directly on you device, subscribe now.