fbpx

ଚୀନରେ ଠାବ ହେଲା କରୋନାର ନୂଆ ଭାରିଆଣ୍ଟ, ପୁଣି ସଂକ୍ରମଣ ନେଇ ବଢ଼ିଲା ଚିନ୍ତା

Advertisement

ବେଜିଂ: କରୋନା ମହାମାରୀର ଉତ୍ପତ୍ତି ସ୍ଥଳ ଚାଇନାରେ ଏବେ ହୋଇଛି ଆଉ ଏକ ନୂଆ ଭାରିଆଣ୍ଟ । କରୋନାର ଓମିକ୍ରନ ଭାରିଏଣ୍ଟର ଗୋଟିଏ ନୂଆ ସବ ଭାରିଏଣ୍ଟ ଦ୍ୱାରା ଲୋକେ ସଂକ୍ରମିତ ହେଉଥିବା ଜଣାପଡ଼ିବା ପରେ ଚାଇନାର ଚିନ୍ତା ବଢ଼ି ଯାଇଛି । ନୂଆ ସବ ଭାରିଏଣ୍ଟ ସଙ୍ଘାଇ ଠାରୁ ୭୦ କିମି ଦୂରରେ ଥିବା ଗୋଟିଏ ସହରରୁ ଚିହ୍ନଟ ହୋଇଛି । ଏଠାରେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କ ଶରୀରରୁ ନୂଆ ସ୍ୱାବ ଭାରିଆଣ୍ଟ ଠାବ ହୋଇଛି । ଏହି ନୂଆ ସବ ଭାରିଆଣ୍ଟଟି ଓମିକ୍ରନର ବି.୧.୧ରୁ ବିକଶିତ ହୋଇଥିବା କୁହାଯାଉଛି ।

ବ୍ୟକ୍ତି ଜଣଙ୍କ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କ ନମୁନାର ଜେନୋମ ସିକ୍ୱେନ୍ସିଂ କରାଯାଇଥିଲା । ଏହାପରେ ତାଙ୍କ ଶରୀରରୁ ପୂର୍ବରୁ କେବେ ରିପୋର୍ଟ ହୋଇ ନଥିବା ଗୋଟିଏ କରୋନା ଭାରିଏଣ୍ଟ ଚିହ୍ନଟ ହୋଇଥିବା ଗ୍ଲୋବାଲ ଟାଇମ୍ସରେ ଖବର ପ୍ରକାଶ ପାଇଛି । ଚାଇନା ପ୍ରଶାସନ କହିଛି ଯେ “ଡାଲିଆନ ସହରରୁ ଠାବ ହୋଇଥିବା କରୋନାର ନୂଆ ରୂପର ପ୍ରଭାବ ବିଷୟରେ ଏଯାଏ ଜଣାପଡ଼ିନି । କିନ୍ତୁ ଚାଇନାରୁ ଏଯାଏ ଠାବ ହୋଇଥିବା କୌଣସି ଭାରିଏଣ୍ଟ ସହ ଏହା ମେଳ ଖାଉନାହିଁ । ଏବେ ଏହା ଉପରେ ଅଧିକ ଗବେଷଣା କରାଯାଉଛି ।

Get real time updates directly on you device, subscribe now.