କେବେ ପାଳନ କରାଯିବ ଚୈତ୍ର ଅମାବାସ୍ୟା, ଜାଣନ୍ତୁ ଏହି ଦିନ କେମିତି ପିତୃଦୋଷ କରିବେ ଦୂର

ଚୈତ୍ର ଅମାବାସ୍ୟାର ବିଶେଷତ୍ୱ । କେମିତି ଦୂର ହେବ ର୍ଦୁଭାଗ୍ୟ ।

ଓଡ଼ିଶା ଭାସ୍କର: ଚୈତ୍ର ଅମାବାସ୍ୟା ମାର୍ଚ୍ଚ ମାସରେ ପଡ଼ିବାକୁ ଯାଉଛି । ଏହି ଅମାବାସ୍ୟାର ହିନ୍ଦୁ ଧର୍ମରେ ବିଶେଷ ମହତ୍ୱ ରହିଛି । ଜାଣନ୍ତୁୁ ଏହି ଦିନ ପିତୃ ଦୋଷରୁ ମୁକ୍ତି ପାଇବା ପାଇଁ କ’ଣ କରିବାକୁ ପଡ଼ିବ…

ଚୈତ୍ର ମାସ ଅମାବାସ୍ୟା ମାର୍ଚ୍ଚ ୨୯ ତାରିଖରେ ପଡ଼ିବ । ଶବିବାର ଦିନ ଅମାବାସ୍ୟା ପଡ଼ୁଛି । ଏହି ଦିନ ଦାନ ପୁଣ୍ୟର ବଡ଼ ମହତ୍ୱ ରହିଛି । ଅମାବାସ୍ୟ ତିଥି ପିତୃପୁରୁଷଙ୍କୁ ସମର୍ପିତ ହୋଇଥାଏ । ଏହି ଦିନ ପିତୃପୁରୁଷଙ୍କୁ ସନ୍ତୁଷ୍ଟ ଏବଂ ସେମାନଙ୍କ ଆତ୍ମର ସଦଗତି ନିମନ୍ତେ ଶ୍ରାଦ୍ଧ ସାଙ୍ଗକୁ ତର୍ପଣ କରାଯାଏ ।

ବିଧି-ବିଧାନ ସହିତ ପିତୃପୁରୁଷଙ୍କ ପୂଜାର୍ଚ୍ଚନା କରାଯାଏ । ଏହାଦ୍ୱାରା ପୂର୍ବଜଙ୍କୁ ମୋକ୍ଷ ମିଳିଥାଏ । ଏହି ଦିନ ଲୋକମାନେ ପବିତ୍ର ନଦୀରେ ସ୍ନାନ କରନ୍ତି ।

ଯଦି ଆପଣ ପିତୃ ଦୋଷରୁ ମୁକ୍ତି ଚାହାନ୍ତି ତେବେ, ଚୈତ୍ର ମାସରେ ପାଳନ ହେବାକୁ ଥିବା ବାଳି ଅମାବାସ୍ୟାରେ ନିଜ ପିତୃପୁରୁଷଙ୍କୁ ପିଣ୍ଡଦାନ କରନ୍ତୁ । ଅଶିମ କୃପା ଲାଭ ହେବ ।

ପିତୃଦୋଷ କାରଣରୁ ପାରିବାରିକ କଳହ, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଲାଗି ରହିଥାଏ । ସେହିପରି ବିବାହରେ ମଧ୍ୟ ବିଭିନ୍ନ ବାଧା ଉପୁଜିଥାଏ ।