fbpx

Big Breaking; ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଚମ୍ପାଇ ସୋରେନ୍: ପରୁଣା CM ନେବେ ଦାୟିତ୍ୱ

Advertisement

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍ । ରାଜ୍ୟପାଳଙ୍କୁ ଭେଟି ନିଜ ଇସ୍ତପା ପତ୍ର ଦେଇଛନ୍ତି ଚମ୍ପାଇ ସୋରେନ୍ । ଚମ୍ପାଇଙ୍କ ଇସ୍ତଫା ପରେ ସରକାର ଗଠନର ଦାବି ଜଣାଇଛନ୍ତି ହେମନ୍ତ । ରଜ୍ୟପାଳଙ୍କୁ ଭେଟି ହେମନ୍ତ ସୋରେନ୍ ସରକାର ଗଠନର ଦାବି ଜଣାଇଛନ୍ତି । ଜେଲରୁ ଫେରିବା ପରେ ହେମନ୍ତ ସୋରେନ୍ ରାଜ୍ୟର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବେ । ଜାମିନରେ ଜେଲରୁ ମୁକୁଳିଥିବା ହେମନ୍ତ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ପଦ ହସ୍ତାନ୍ତର କରିବେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍ ।

JMMର କାର୍ଯ୍ୟକାରୀ ଅଧ୍ୟକ୍ଷ ହେମନ୍ତ ସୋରେନ୍ ତୃତୀୟ ଥର ପାଇଁ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଏଥିପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି । ମହାଗଠବନ୍ଧନ ତରଫରୁ ବିଧାୟକ ଦଳର ନେତା ହେମନ୍ତ ସାରେନଙ୍କୁ ଚୟନ କରାଯାଇଥିବା ରାଜଭବନକୁ ସୂଚନା ଦିଆ ଯାଇଛି । ଆସନ୍ତା ଜୁଲାଇ ୭ ତାରିଖରେ ମୁଖ୍ୟମନ୍ତ୍ରୀ ଭାବରେ ହେମନ୍ତ ସୋରେନ୍ ଶପଥ ଗ୍ରହଣ କରିବା ନେଇ ଚିଠିରେ କୁହାଯାଇଛି । ଏହି ଶପଥଗ୍ରହଣ ଉତ୍ସବରେ ସମସ୍ତ ମନ୍ତ୍ରୀ ମଧ୍ୟ ଶପଥଗ୍ରହଣ କରିବେ । ତେବେ ଏହି ଉତ୍ସବ କେଉଁଠରେ ଅନୁଷ୍ଠିତ ହେବ, ସେ ନେଇ କୌଣସି ସୂଚନା ମିଳିପାରିନାହିଁ ।

ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କରିଥିବା ଚମ୍ପାଇ ସୋରେନଙ୍କୁ ଗଠବନ୍ଧନରେ ଏକ ପ୍ରମୁଖ ଦାୟିତ୍ୱ ପ୍ରଦାନ କରାଯିବ । ତେବେ କଂଗ୍ରେସ ତରଫରୁ ଡା. ଇରଫାନ୍ ଅନସାରୀଏବଂ JMM ତରଫରୁ ବୈଦ୍ୟନାଥ ରାମ କ୍ୟାବିନେଟରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ଚଳିତ ଥର ସମ୍ପୂର୍ଣ୍ଣ କ୍ୟାବିନେଟ(୧୨)ର ଶପଥଗ୍ରହଣ ହେବା ନେଇ ମଧ୍ୟ ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.