ଭୁବନେଶ୍ୱର, ୧୭ା୪(ଓଡ଼ିଶା ଭାସ୍କର): ପୂର୍ବତନ ମନ୍ତ୍ରୀ ଓ ଚମ୍ପୁଆ ବିଧାୟକ ସହରାଇ ଓରାମଙ୍କ ପରଲୋକ ଘଟିଛି । କେନ୍ଦୁଝରର ଭଦ୍ରାସାହି ବାସଭବନରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୦ବର୍ଷ ବୟସ ହୋଇଥିଲା । ବହୁ ଦିନ ଧରି ପକ୍ଷାଘାତ ରୋଗରେ ସେ ପୀଡ଼ିତ ଥିଲେ । ଉଲ୍ଲେଖଯୋଗ୍ୟ ଯେ ବିଜୁ ପଟ୍ଟନାୟକଙ୍କ ସରକାର ସମୟରେ କ୍ୟାବିନେଟ୍ ମନ୍ତ୍ରୀ ଥିଲେ ସହରାଇ । ସହରାଇ । ଚମ୍ପୁଆ ଆସନରୁ ୫ଥର ବିଧାୟକ ଭାବେ ସେ ନିର୍ବାଚିତ ହୋଇଥିଲେ । ଉକ୍ରଳ କଂଗ୍ରେସ, ଜନତା ଦଳରୁ ଓ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିଥିଲେ । ଖଣି, ଗ୍ରାମ୍ୟ ଉନ୍ନୟନ, ନଗର ଉନ୍ନୟନ ଓ ଜଙ୍ଗଲ ବିଭାଗର ସେ ମନ୍ତ୍ରୀ ଥିଲେ ।