fbpx
BSKY
BJD MC SKY
BJD MS SKY

ଚାଣକ୍ୟ ନୀତି: ଏହି ଲୋକଙ୍କ ପାଖରେ କେବେ ବି ରୁହନ୍ତିି ନାହିଁ ମା’ ଲକ୍ଷ୍ମୀ, ଜାଣନ୍ତୁ ରୋଚକ ତଥ୍ୟ

ଚାଣକ୍ୟ ନିଜ ନୀତିଶାସ୍ତ୍ରରେ ଏକ ଶ୍ଳୋକ ମାଧ୍ୟମରେ ମା’ ଲକ୍ଷ୍ମୀଙ୍କ କୃପା ବିଷୟରେ କହିଛନ୍ତି । ସେ କହିଛନ୍ତି ଯେ, ମା’ ଲକ୍ଷ୍ମୀ କିଛି ଖାସ୍ କାରଣ ପାଇଁ ବ୍ରାହ୍ମଣମାନଙ୍କ ପାଖକୁ ଯାଆନ୍ତି ନାହିଁ । ତେବେ ଆସନ୍ତୁ ଜାଣିବା ଚାଣକ୍ୟ ନୀତିରେ ଦିଆଯାଇଥିବା ଏହି କାରଣ ବିଷୟରେ…

ପୀତଃ କ୍ରୁଦ୍ଦେନ ତାତଶ୍ଚରଣତଲହତୋ ….ନାଥ ୟୁକ୍ତଂ ତ୍ୟଜାମୀ ।

ଚାଣକ୍ୟ ଏହି ଶ୍ଲୋକ ମାଧ୍ୟମରେ କହିଛନ୍ତି ଯେ ଲକ୍ଷ୍ମୀ ଜୀ କହିଛନ୍ତି, ଅଗସ୍ତ ଋଷି ମୋ ପିତା ଅର୍ଥାତ୍ ସମୁଦ୍ରକୁ ପିଇଦେଇଥିଲେ । ମୃଗୁ ମୋ ସ୍ୱାମୀଙ୍କ ଛାତିକୁ ଗୋଇଠା ମାରିଥିଲେ । ସରସ୍ୱତୀ ମୋର ଜନ୍ମରୁ ଶତ୍ରୁ ।

ଏହା ସହ ସେ କହିଛନ୍ତି ଯେ, ପୂଜା ପାଇଁ ସର୍ବଦା ପଦ୍ମ ଫୁଲ ତୋଳାଯାଏ, ଯାହାକି ମୋ ପାଇଁ ଘର ସହ ସମାନ । ଏପରି ଭାବେ ବ୍ରାହ୍ମଣମାନେ ମୋର ଅନେକ କ୍ଷତି କରିଛନ୍ତି, ତେଣୁ ମୁଁ ତାଙ୍କ ଘରକୁ ଯିବିନାହିଁ ବୋଲି ମା’ ଲକ୍ଷ୍ମୀ କହିଛନ୍ତି ।

ବାସ୍ତବରେ ଭଗବାନ୍ ଶ୍ରୀ ହରି ବିଷ୍ଣୁ ମା’ଲକ୍ଷ୍ମୀଙ୍କୁ ତାଙ୍କ ବ୍ରାହ୍ମଣମାନଙ୍କ ଉପରେ ଅସନ୍ତୋଷର କାରଣ ପଚାରିଥିଲେ । ଫଳରେ ସେ ଉତ୍ତରରେ କହିଥିଲେ ଯେ, ମୁଁ ବ୍ରାହ୍ମଣଙ୍କ ଘରେ ଏଥିପାଇଁ ରୁହେନି କାରଣ ଅଗସ୍ତ ଋଷି ମୋ ପିତା ସମୁଦ୍ରଙ୍କୁ ପିଇଦେଇଥିଲେ ।ଭୃଗୁ ଆପଣଙ୍କୁ ଗୋଇଠା ମାରିଥିଲା । ସରସ୍ୱତୀ ପୂଜା କରିବା ସହ ଶିବଙ୍କ ପୂଜା ସେମାନେ ପଦ୍ମ ଫୁଲ ତୋଳି ଅର୍ପଣ କରିଥାନ୍ତି । ତେବେ ଏହି କାରଣ ପାଇଁ ମା’ ଲକ୍ଷ୍ମୀ ବ୍ରାହ୍ମଣଙ୍କ ଘରେ ରୁହନ୍ତି ନାହିଁ ।

Get real time updates directly on you device, subscribe now.