fbpx

ଜୀବନରେ କେବେ ବି ଖାଲି ହେବନି ଆପଣଙ୍କ ପର୍ସ, ହେବେ ମାଲାମାଲ, ମାନନ୍ତୁ ଚାଣକ୍ୟଙ୍କ ଏହି କଥା

ଓଡ଼ିଶା ଭାସ୍କର: ଜୀବନରେ ବେଳେ ବେଳେ ଆର୍ଥିକ ସଂକଟ ଦେଇ ଗତି କରିବାକୁ ପଡିଥାଏ, ଟଙ୍କା ପଇସାର ଘୋର ଅଭାବ ଦେଖିବାକୁ ମିଳେ। ବେଳେବେଳେ ଅଧିକ ଟଙ୍କା ରୋଜଗାର କରୁଥିଲେ ସୁଦ୍ଧା ପାଖରେ ଟଙ୍କା ରହିନଥାଏ। ତେବେ ଚାଣକ୍ୟ ନୀତି ଅନୁସାରେ, ଏଭଳି ଅନେକ କରାଣ ରହିଛି ଯାହା ଯେକୌଣସି ବ୍ୟକ୍ତିକୁ ଧନୀ ଆଡକୁ ଟାଣି ନିଏ, ଏବଂ ଅସୁବିଧାରୁ ମଧ୍ୟ ଖୁବଶିଘ୍ର ବଞ୍ଚାଇପାରେ। ଏଥିପାଇଁ ଆପଣଙ୍କୁ କିଛି ନିୟମର ପାଳନ କରିବାକୁ ପଡିବ । ଏହା ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ ।

ନିରନ୍ତର ଶିଖିବାର ପ୍ରୟାସ: ସମସ୍ତ ବ୍ୟକ୍ତିମାନଙ୍କୁ ଆଜୀବନ ଶିଖିବାର ମାନସିକତା ଆପଣାଇବା ଆବଶ୍ୟକ । ଜ୍ଞାନକୁ ସର୍ବଦା ଖୋଜନ୍ତୁ, ନୂଆ ବିଚାର ସହ ଖୋଜନ୍ତୁ ଏବଂ ପରିବର୍ତ୍ତନ ପରିସ୍ଥିତି ଅନୁସାରେ ନିଜକୁ ଖାପ ଖୁଆନ୍ତୁ । ନିରନ୍ତର ଶିଖିବା ଆପଣଙ୍କୁ ଆଗକୁ ରାସ୍ତା ଦେଖାଇଥାଏ ।

ଗୋପନୀୟତା ରଖନ୍ତୁ: ଗୋପନୀୟତା ଏବଂ ବିବେକର ମହତ୍ତ୍ୱକୁ ବୁଝନ୍ତୁ । ସମ୍ବେଦନଶୀଳ ସୂଚନାକୁ ଅନାବସ୍ୟକ ଭାବେ ପ୍ରଚାର କରିବାଠାରୁ ଦୂରେଇ ରୁହନ୍ତୁ । କାରଣ ଏହାର ଉପଯୋଗ ଆପଣଙ୍କୁ ବିରୋଧ କରାଇପାରେ, ଏବଂ ଆପଣଙ୍କ ହିତକୁ କ୍ଷତି ପହଞ୍ଚାଇଥାଏ ।

ନିଜ ଭାବନା ଉପରେ ନିୟନ୍ତ୍ରଣ: ଜୀବନରେ ସଫଳତା ପାଇଁ ଅନୁଶାସନ ଏବଂ ନିଜ ଆବେଗ ଏବଂ ଭାବନା ଉପରେ ନିୟନ୍ତ୍ରଣ କରିବା ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଏ । ଅସ୍ଥାୟୀ ଭାବନା ଏବଂ ଇଚ୍ଛା ସହ ପ୍ରଭାବିତ ହେବା କାରଣରୁ ତର୍କସଙ୍ଗତ ନିଷ୍ପତ୍ତି ନେବା ପାଇଁ ଆତ୍ମ-ନିୟନ୍ତ୍ରଣର ଅଭ୍ୟାସ କରନ୍ତୁ । ଏଥିରେ ଆପଣଙ୍କ ଜୀବନରେ ସଫଳତା ନିଶ୍ଚୟ ମିଳିବ ।

ଏଭଳି ଲୋକଙ୍କଠାରୁ ସାବଧାନ ରୁହନ୍ତୁ: ଯଦି କିଏ ଆପଣଙ୍କ ଜୀବନରେ ସମସ୍ୟା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆପଣଙ୍କ ସହ ସାଙ୍ଗ ହୋଇଛି ତେବେ ଏଭଳି ଲୋକଙ୍କଠାରୁ ସାବଧାନ ରହିବା ଆବଶ୍ୟକ । ଏଭଳି ଲୋକେ କେବଳ ନିଜ ଫାଇଦା ପାଇଁ ଆପଣଙ୍କ ସହ ସାଙ୍ଗ ହେଉଛି ଏବଂ ସୁଯୋଗ ପାଇଲେ ସେ ଧୋକା ଦେଇ ବାହାରିଯାଇଥାଏ । ଯେଉଁଥିରେ ଆପଣଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଥାଏ ।

 

Get real time updates directly on you device, subscribe now.