fbpx

‘ଶୁଟର ଦାଦି’ ଚନ୍ଦ୍ରୋ ତୋମରଙ୍କର କରୋନା ଯୋଗୁ ଦେହାନ୍ତ

ଉତ୍ତରପ୍ରଦେଶ ୩୦ ।୪ (ଓଡ଼ିଶା ଭାସ୍କର) : କରୋନା ପଜିଟିଭ ଯୋଗୁ ‘ଶୁଟର ଦାଦି’ ତଥା ଚନ୍ଦ୍ରୋ ତୋମରଙ୍କ ଦେହାନ୍ତ ହୋଇଯାଇଛି । ଆଜି ତାଙ୍କ ଦେହାନ୍ତ ହୋଇଥିବା ନେଇ ସୂଚନା ରହିଛି । ମେରଠର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି ।ମୃତ୍ୟୁ ବେଳେକୁ ତାଙ୍କୁ ୮୯ ବର୍ଷ ହୋଇଥିଲା । ସୂଚନା ଅନୁସାରେ ‘ଶୁଟର ଦାଦି’ ନାମରେ ପ୍ରସିଦ୍ଧ ଚନ୍ଦ୍ରୋ ତୋମର ଗତ ୨୬ ତାରିଖରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।  କରୋନା ଯୋଗୁ ସ୍ୱାସ୍ଥ୍ୟ ବିଗିଡିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା । ଚନ୍ଦ୍ରୋ ତୋମରଙ୍କ ଘର ଉତ୍ତର ପ୍ରଦେଶର ବାଗପତରେ । ତାଙ୍କୁ କରୋନା ପଜିଟିଭ ନେଇ ଟ୍ୱିଟରେ ପେଜରେ ଏହି ସୂଚନା ଦିଆଯାଇଥିଲା । ତାଙ୍କ ଟ୍ୱିଟରେ ଲେଖା ହୋଇଥିଲା କି ‘ଦାଦି ଚନ୍ଦ୍ରୋ ତୋମର କରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ନିଶ୍ୱାସ ନେବାରେ କଷ୍ଟ ହେବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଇଶ୍ୱର ସମସ୍ତଙ୍କର ରକ୍ଷା କରନ୍ତୁ -ପରିବାର ।’

ସୂଚନା ଅନୁସାରେ ଚନ୍ଦ୍ରୋ ତୋମର ଯେତେବେଳେ ଏହି ଶୁଟର ଶିଖିବା ପାଇଁ ଚାହିଁଥିଲେ ସେତେବେଳେ ତାଙ୍କୁ ୬୦ ବର୍ଷରୁ ଅଧିକ ହୋଇଥିଲା । ଏହାପରେ ବି ସେ ଅନେକ ରାଷ୍ଟ୍ରୀୟ ପ୍ରତିଯୋଗିତାରେ ଭାଗ ନେଇ ସେଠାରେ ବିଜେତା ମଧ୍ୟ ହୋଇଛନ୍ତି । ‘ସାଣ୍ଡ କି ଆଁଖ’ ନାମରେ ତାଙ୍କ ଉପରେ ଏକ ଫିଲ୍ମ ମଧ୍ୟ ନିର୍ମାଣ କରାଯାଇଛି । ବିଶ୍ୱରେ ସବୁଠାରୁ ବୟସ୍କ ଶୁଟରଭାବରେ ସେ ପରିଚିତ ।

Get real time updates directly on you device, subscribe now.