fbpx

ଦୁର୍ଭାଗ୍ୟକୁ ସୌଭାଗ୍ୟରେ ପରିବର୍ତ୍ତନ କରନ୍ତୁ; ଜୀବନରେ ମିଳିବ ସଫଳତା, ଆପଣାନ୍ତୁ ଏହି ଉପାୟ

ଓଡ଼ିଶା ଭାସ୍କର: ସମସ୍ତେ ହସ ଖୁସିରେ ଜୀବନ ବିତାଇବାକୁ ଚାହିଁଥାନ୍ତି । ଅଧିକାଂଶ ବ୍ୟକ୍ତିମାନେ ନିଜ କର୍ମ ଓ ସଂଘର୍ଷ ବଳରେ ସଫଳତାର ସ୍ୱାଦ ଚାଖିଥାନ୍ତି । ତେବେ କିଛି ମାତ୍ରାରେ ସେମାଙ୍କ ଭାଗ୍ୟେ ମଧ୍ୟ ସାଥ୍ ଦେଇଥାଏ । କିନ୍ତୁ ଦୁନିଆରେ ଏମିତି ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ଯେତେ ପରିଶ୍ରମ କରିଲେ ମଧ୍ୟ କିଛି ସୁଫଳ ମିଳିନଥାଏ । ଦୁର୍ଭାଗ୍ୟ ସେମାନଙ୍କ ପିଛା ଛାଡ଼ି ନଥାଏ । କହିରଖୁଛୁ ଘରର ସୁଖ ସମୃଦ୍ଧି ଓ ଶାନ୍ତି ବୃଦ୍ଧି କରିବାରେ ବାସ୍ତୁ ମହତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ । ତେବେ ଆସନ୍ତୁ ଜାଣିବା ଏପରି କିଛି ଉପାୟ ବିଷୟରେ ଯାହାର ପାଳନ କରିବା ଦ୍ୱାରା ଜୀବନରୁ ଦୁର୍ଭାଗ୍ୟ ଦୂରେଇଥାଏ ।

୧. ପଞ୍ଚମୁଖି ହନୁମାନଙ୍କ ପୂଜା କରନ୍ତୁ: ଜୀବନରେ ଆର୍ଥିକ ସଂକଟ ଦେଖା ଦେଉଥିଲେ ପଞ୍ଚମୁଖି ହନୁମାନଙ୍କ ପୂଜାର୍ଚ୍ଚନା ଫଳଦାୟୀ ହୋଇଥାଏ । ତେଣୁ ପ୍ରତି ମଙ୍ଗଳବାର ଦିନ ଯେକୌଣସି ପଞ୍ଚମୁଖି ହନୁମାନ ମନ୍ଦିରରେ ଦୀପ ଜାଳି ହନୁମାନ ଚାଳିସା ପାଠ କରନ୍ତୁ । ଏହା ଦ୍ୱାରା ଆପଙ୍କ ଶତ୍ରୁର ମଧ୍ୟ ଦୂରେଇଯିବେ ।

୨. ଶଙ୍ଖ ବଜାଇବା: ସକାଳ ସନ୍ଧ୍ୟା ପୂଜା କରିବା ସମୟରେ ଶଙ୍ଖ ବଜାଇବା ଉଚିତ । ଯଦି ଘରେ ଶଙ୍ଖ ନାହିଁ ତେବେ ଘଣ୍ଟି ମଧ୍ୟ ବଜାଇପାରିବେ । ଏହା ଦ୍ୱାରା ଘରେ ଥିବା ନକାରାତ୍ମକ ଶକ୍ତି ଦୂରେଇଯିବା ସହ ସକାରାତ୍ମକ ଉର୍ଜ୍ଜା ଭରିଯାଏ । ଏହି ଉପାୟ ଦ୍ୱାରା ଘରେ ଥିବା ବାସ୍ତୁ ଦୋଷ ମଧ୍ୟ ଦୂରେଇଥାଏ ।

୩. ସ୍ନାନ ଜଳରେ କର୍ପୁର ତେଲ: ନିୟମିତ ସ୍ନାନ ଜଳରେ କର୍ପୁର ତେଲର କିଛି ବୁନ୍ଦା ବ୍ୟବହାର କରିପାରିବେ । ନଡ଼ିଆ ତେଲରେ କର୍ପୁର ମିଶାଇ କର୍ପୁର ତେଲ ତିଆରି କରିପାରିବେ । ଏହା ବ୍ୟତୀତ ଘରେ ପୂଜା କରିବା ସମୟରେ ଭଗବାନଙ୍କ ପାଖରେ କର୍ପୁରର ଦୀପ ଜଳାଇପାରିବେ ।

୪. ଲୁଣ ପାଣିରେ ଘର ପୋଛିବା: ବାସ୍ତଶାସ୍ତ୍ରରେ ନିୟମିତ ଲୁଣ ପାଣିରେ ଘର ପୋଛିବା ଏକ ଉତ୍ତମ ଉପାୟ । ଏହା ଦ୍ୱାରା ଘରର ନକାରାତ୍ମକ ଉର୍ଜ୍ଜା ଦୂରେଇବା ସହ ସକାରାତ୍ମକତା ବୃଦ୍ଧି ପାଇଥାଏ । ଏହା ବାଦ୍ ଜଳରେ ଲୁଣ ମିଶାଇ ସ୍ନାନ କରିଲେ ଦୁର୍ଭାଗ୍ୟରୁ ମୁକ୍ତି ମିଳିଥାଏ ।

୫. ମାତା ଲକ୍ଷ୍ମୀଙ୍କୁ ଗୋଲାପ ଅପର୍ଣ: ଶୁକ୍ରବାର ହେଉଛି ଧନ ଦେବୀ ମାତା ଲକ୍ଷ୍ମୀଙ୍କ ବାର । ତେଣୁ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ପୂଜା ସମୟରେ ଲାଲି ଗୋଲାପ ଅର୍ପଣ କରନ୍ତୁ । ଏହା ଦ୍ୱାରା ମାତା ଲକ୍ଷ୍ମୀଙ୍କ କୃପା ଲାଭ ହେବା ସହ ଘରର ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ।

Get real time updates directly on you device, subscribe now.