fbpx

ବରିଷ୍ଠ ଓପିଏସ୍ ସ୍ତରରେ ଛୋଟଧରଣର ଅଦଳବଦଳ

ଭୁବନେଶ୍ୱର,୮ ।୨(ଓଡିଶା ଭାସ୍କର) ରାଜ୍ୟ ସରକାର ଆଜି ବରିଷ୍ଠ ଓପିଏସ୍ ସ୍ତରରେ ଏକ ଛୋଟଧରଣର ଅଦଳବଦଳ କରିଛନ୍ତି। ଏହି କ୍ରମରେ ଖୋର୍ଦ୍ଧା ଓ ସୋନପୁରରେ ନୂଆ ପୁଲିସ୍ ଏସପିଙ୍କୁ ଅବସ୍ଥାପିତ କରାଯାଇଛି। ଏହାସହିତ ୩ ଜଣ ବରିଷ୍ଠ ଓପିଏସଙ୍କୁ ମଧ୍ୟ ଏସପି ପାହ୍ୟାକୁ ପଦୋନ୍ନତି କରାଯାଇଛି ।

ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଅତିରିକ୍ତ ପୁଲିସ ଏସପି ପାହ୍ୟାରେ କାର୍ଯ୍ୟରତ ବରିଷ୍ଠ ଓପିଏସ୍ ରମେଶ ଚନ୍ଦ୍ର ପାଣିଗ୍ରାହୀ, ସୁବ୍ରତ ମହାନ୍ତି ଓ ବିନୟକୃଷ୍ଣ କାମିଲାଙ୍କୁ ପଦୋନ୍ନତି ଦିଆଯାଇଛି । କ୍ରାଇମବ୍ରାଂଚ ଏସପି ଆରକେ ଦୋରାଙ୍କୁ ଖୋର୍ଦ୍ଧା ଜିଲ୍ଲା ଏସପି, ଗଜପତିରେ ଅତିରିକ୍ତ ଏସପି ଥିବା ସୀତାରାମ ଶତପଥୀଙ୍କୁ ସୋନପୁର ଜିଲ୍ଲା ଏସପି(ଇନଚାର୍ଜ) ଭାବେ ବଦଳି କରାଯାଇଛି। ସେହିପରି ଓପିଏସ୍ ସୁବ୍ରତ ମହାନ୍ତିଙ୍କୁ ଭୁବନେଶ୍ୱର ଏସଆଇଡବ୍ଲ୍ୟୁ ଏସପି, ବିନୟକୃଷ୍ଣ କାମିଲାଙ୍କୁ କ୍ରାଇମବ୍ରାଂଚ ଏସପି ଏବଂ ଏକେ ଜେନାଙ୍କୁ ରାଉରକେଲା ରେଳବାଇ ଏସପି(ଇନଚାର୍ଜ) ଭାବେ ବଦଳି କରାଯାଇଛି।

Get real time updates directly on you device, subscribe now.