MALLରେ ମହିଳାଙ୍କ ମୁଣ୍ଡରୁ ଉଙ୍କୁଣି ବାଛିଲା ମାଙ୍କଡ (VIDEO) ସୋସିଆଲ ମିଡିଆରେ ଘୁରିବୁଲୁଛି ପାତିର ମାଙ୍କଡାମୀ…

ମଲରେ ମାଙ୍କଡ ନାଚ । ଡେଇଁ ଡେଇଁ ଲୋକଙ୍କୁ କଲା ନାକେଦମ୍

ଝାନ୍ସୀ: ଉତ୍ତର ପ୍ରଦେଶ ଝାନ୍ସିର ଏକ ମଲରେ ପଶିଲା ମାଙ୍କଡ଼ । ମଲରେ ପଶି ସେଠାରେ ଥିବା କଷ୍ଟମରଙ୍କୁ ନାକେଦମ୍ କରିଛି ଏହି ମାଙ୍କଡ । ଯାହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଭାଇରାଲ ଭିଡିଓ ମୁତାବକ, ମାଙ୍କଡଟି ମଲ ଭିତରେ ଥିବା ଜଣେ ମହିଳାଙ୍କୁ ଟାର୍ଗେଟ୍ କରିଥିଲା । ବୁଲି ବୁଲି ଯାଇ ତାଙ୍କରି ପାଖରେ ପହଞ୍ଚିଯାଉଥିଲା । ମହିଳାଙ୍କ ମୁଣ୍ଡରୁ ଉଙ୍କୁଣି ବାଛିବା ସାଙ୍ଗକୁ ମହିଳାଙ୍କ କାନ୍ଧରେ ବସିପଡ଼ୁଥିବା ମଧ୍ୟ ଦେଖିବାକୁ ମିଳିଛି । ଖାଲି ସେତିକି ନୁହେଁ ମହିଳାଙ୍କ ଜୋତାକୁ ଗୋଡ଼ରୁ ବାହାର କରିନେଇଯାଇଥିଲା ମାଙ୍କଡ ।

ବ୍ଲାଙ୍କେଟ ପକେଇ ମାଙ୍କଡକୁ କାବୁ କରିବା ପାଇଁ ଚେଷ୍ଟା କରିଥିଲେ, ହେଲେ ଏଥିରେ କେହି ସଫଳ ହୋଇପାରି ନ ଥିଲେ ।

ମାଙ୍କଡ଼ଟି ମଲ୍ ସାରା ବୁଲି ଜିନିଷପତ୍ର ଫୋପଡ଼ାଫିଙ୍ଗା କରିଥିଲା । ଏଥିସହ ଗୋଟିଏ ଡ୍ରେସ୍ ର୍ୟାକରୁ ଆଉ ଏକ ଡ୍ରେସ୍ ର୍ୟାକକୁ ଯାଇ କରିଥିଲା ମଲ୍ ଭିତରେ ମାଙ୍କଡ଼ାମି । ଯାହାର ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।