fbpx

ବନ୍ଦ ଘରୁ ଆସୁଥିଲା ଦୁର୍ଗନ୍ଧ, ଭଙ୍ଗାଗଲା କବାଟ, ମିଳିଲା…

Advertisement

ରୁମ୍ ବାହାରୋ ପଡ଼ିଛି ତାଲା । ଆଉ ବନ୍ଦ ଘରେ ସଢ଼ୁଛି ଜଣେ ବ୍ୟକ୍ତିଙ୍କ ମୃତଦେହ । ଶବରୁ ଗନ୍ଧ ବାହାରିବା ପରେ ପଡ଼ିଶା ଲୋକ ଜାଣିବାକୁ ପାଇଥଲେ ଏବଂ ପୋଲିସକୁ ଖବର ଦେଇଥିଲେ । ଯାହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଥିଲେ ।

ଏଭଳି ଏକ ଘଟଣା ଘଟିଛି କୋରାପୁଟ କୋଟପାଡ଼ ଥାନା ୧୧ ନମ୍ବର ୱାର୍ଡର ମିଶନ କମ୍ପାଉଣ୍ଡରେ । ପ୍ରଥମେ ବନ୍ଦ ଘରୁ ଦୁର୍ଗନ୍ଧ ଆସିବାରୁ ପଡ଼ିଶା ଲୋକେ ସନ୍ଦେହ କରିଥଲେ ଏବଂ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚିବା ପରେ ଘରର ମାଲିକ ଗତ ସୋମବାରଠାରୁ ନିଖୋଜ ଥିବା ନେଇ କହିଥିଲେ ସ୍ଥାନୀୟ ଲୋକ । ଘରକୁ ଲାଗିଥିବା ଘରର ଲୋକମାନେ ମଧ୍ୟ ଗତ ସୋମବାରଠାରୁ ଘରେ ନଥିବା ଜଣାପଡ଼ିଛି ।

ତେବେ ରବିବାର ପୋଲିସ ପହଞ୍ଚିବା ସହ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବୋରିଗୁମ୍ମା ଏସଡିପିଓ ହରେକୃଷ୍ଣ ମାଝୀ ଥାନା ଅଧିକାରୀ ଶେଷଦେବ ବେହେରାଙ୍କ ଉପସ୍ଥିତିରେ କୋଠରୀ ତାଲା ଭଙ୍ଗାଯାଇଥିଲା ଏବଂ ଶବ ଉଦ୍ଧାର କରାଯାଇଥିଲା ଯାହାପରେ ଜଣାପଡ଼ିଥିଲା ଯେ ମୃତଦେହ ଘର ମାଲିକ ଅନନ୍ତ ଖରାଙ୍କର ।

ସେପଟେ ତାଙ୍କ ଶରୀରରେ ଅନେକ କ୍ଷତ ଚିହ୍ନ ଥିବାରୁ ତାଙ୍କୁ ହତ୍ୟା କରାଯାଇଥିବାନେଇ ପୋଲିସ ଅନୁମାନ କରୁଛି ।  ତେବେ ଘଟଣା ତଦନ୍ତ ଚାଲିଥିବା ନେଇ କହିଛନ୍ତି ବୋରିଗୁମ୍ମା ଏସଡିପିଓ  ।

Get real time updates directly on you device, subscribe now.