ନୂଆଦିଲ୍ଲୀ: ଭାରତର ପ୍ରମୁଖ ଟେଲିକମ୍ କମ୍ପାନୀଗୁଡିକ କିଛି ମାସ ପୂର୍ବରୁ ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ରିଚାର୍ଜ ପ୍ଲାନ ଦାମରେ ଅହେତୁକ ବୃଦ୍ଧି କରିଛନ୍ତି । ଯାହାକି ଗ୍ରାହକଙ୍କୁ ଏକ ପ୍ରକାର ଝଟକା ଲାଗିଛି । ଏହି ବୃଦ୍ଧି ପରେ ଜିଓ ଏହାର ଉପଭୋକ୍ତାମାନଙ୍କୁ ରିଲିଫ୍ ଯୋଗାଇବା ପାଇଁ କିଛି ଶସ୍ତା ରିଚାର୍ଜ ପ୍ଲାନ ରୋଲଆଉଟ କରିଛି । ଯାହାକି ଗ୍ରାହକଙ୍କର ପକେଟକୁ ସୁହାଇଲା ଭଳି ମନେହେଉଛି । ଯଦି ଆପଣ ଥରେ ରିଚାର୍ଜ କରନ୍ତି, ତେବେ 11 ମାସ ପାଇଁ ରିଚାର୍ଜର ଟେନସନରୁ ମୁକ୍ତ ପାଇବେ ।
ଏହି ପ୍ଲାନ କେବଳ କମ୍ ମୂଲ୍ୟରେ ଉପଭୋକ୍ତାମାନଙ୍କ ପାଇଁ ଉପଲବ୍ଧ ହେବ ନାହିଁ ବରଂ ଉପଭୋକ୍ତାମାନେ ଏଥିରେ ଅଧିକ ବୈଧତା ମଧ୍ୟ ପାଇବେ । ଜିଓର ଏହି ରିଚାର୍ଜ ପ୍ଲାନର ମୂଲ୍ୟ 1899 ଟଙ୍କା ଅଟେ । ଗ୍ରାହକଙ୍କୁ ଏହି ପ୍ଲାନର ବୈଧତା 336 ଦିନ ମିଳିବ । ଏହାର ଅର୍ଥ ହେଉଛି 1899 ଟଙ୍କାର ପ୍ଲାନ ପକାଇଲେ ଗ୍ରାହକ 11 ମାସ ପୁରା ଟେନସନ ଫ୍ରି ରହିବେ ।
ଏହି ପ୍ଲାନରେ ଜିଓ ଉପଭୋକ୍ତାମାନଙ୍କୁ 336 ଦିନ ପାଇଁ କୌଣସି ନେଟୱାର୍କରେ ଅସୀମିତ କଲିଂ ଏବଂ ସମୁଦାୟ 3600 SMS ପ୍ରଦାନ କରିଥାଏ । କେବଳ ଏତିକି ନୁହେଁ, ଜିଓ ବ୍ୟବହାରକାରୀମାନେ 24 ଜିବି ଇଣ୍ଟରନେଟ୍ ଡାଟା ପାଇବେ । ଯଦି ଜଣେ ୟୁଜର୍ସ ଅଧିକ ଇଣ୍ଟରନେଟ୍ ଡାଟା ବ୍ୟବହାର କରନ୍ତି ନାହିଁ ତେବେ ଏହି ପ୍ଲାନ ଆପଣଙ୍କ ପାଇଁ ବହୁତ ଭଲ ପ୍ରମାଣିତ ହୋଇପାରେ । ଯଦି ପ୍ଲାନର ପକେଟ ବଜେଟ କଥା ଦେଖିବା ତାହେଲେ ଏହି ପ୍ଲାନର ହାରାହାରି ମୂଲ୍ୟ ମାସକୁ 172 ଟଙ୍କା ହେବ, ଯାହା ବ୍ୟବହାରକାରୀଙ୍କ ପାଇଁ ଏକ ଭଲ ଡିଲ୍ ହୋଇପାରେ । ଏହି ପ୍ଲାନ ସହିତ ଉପଭୋକ୍ତାମାନେ ଜିଓ ଟିଭି ଏବଂ ଜିଓ ସିନେମାର ମାଗଣା ସବସ୍କ୍ରିପସନ୍ ମଧ୍ୟ ପାଇବେ ।