fbpx
BJD SKY
BJD SKY

Honeymoon ନାଁରେ ଠକିଦେଲା: Luxury କହି ନବବିବାହିତାଙ୍କୁ ପଠାଇଦେଲା ଏମିତି ଜାଗା

BJD

ନୂଆଦିଲ୍ଲୀ: ବାହାଘର ପରେ ଦମ୍ପତ୍ତି ପରସ୍ପରଙ୍କ ସହ ସମୟ ବିତାଇବା ପାଇଁ ହନିମୁନ ଯାଇଥାନ୍ତି । ସେଠାରେ ନିରୋଳାରେ ପରସ୍ପରଙ୍କ ସହ ସମୟ ବିତାଇ ଏକ ସ୍ମରଣୀୟ ମୁହୂର୍ତ୍ତ କରି ରଖିବାକୁ ଚହାନ୍ତି । କିନ୍ତୁ ଜଣେ ଦମ୍ପତ୍ତିଙ୍କ ସହ ଏମିତି କିଛି ହୋଇଛି ଯାହା କିଛି ଅଲଗା କାରଣ ପାଇଁ ସ୍ମରଣୀୟ ହୋଇ ରହିବ ତାଙ୍କର ଏହି ହନିମୁନ । ଭଲପାଇବା ବାଣ୍ଟିବାକୁ ଯାଇଥିବା ଏହି ଦମ୍ପତ୍ତିଙ୍କୁ ସେମାନଙ୍କ ହନିମୁନରେ ମିଳିଛି ଧୋକା ।

ସୂଚନା ଅନୁସାରେ, ବ୍ରିଟେନର ଏହି ଦମ୍ପତ୍ତି ବିବାହ ପରେ ହନିମୁନ ପାଇଁ ତୁର୍କୀ ଯିବାକୁ ମନସ୍ଥ କରିଥିଲେ । ତେବେ ତୁର୍କୀର ଏହି ହୋଟେଲକୁ ଆସିବା ପାଇଁ ସେ ଅନେକ ଟଙ୍କା ମଧ୍ୟ ଖର୍ଚ୍ଚ କରିଥିଲେ । ତେବେ ହନିମୁନ ଯିବା ପୂର୍ବରୁ ହୋଟେଲ ବିଷୟରେ ସର୍ଚ୍ଚ କରିବାରୁ ସେମାନଙ୍କୁ କିଛି ଲଗ୍ଜରୀ ଫଟୋ ସେୟାର କରାଯାଇଥିଲା । ଦମ୍ପତ୍ତିଙ୍କୁ ଏହି ହୋଟେଲ ଖୁବ ପସନ୍ଦ ଆସିବାରୁ ସେମାନେ ଏହାକୁ ବୁକିଙ୍ଗ କରିଥିଲେ । ଏହି ସମୟରେ ମଧ୍ୟ ଏହା ଏକ ଲଗ୍ଜରୀ ହୋଟେଲ ବୋଲି ତାଙ୍କୁ କୁହାଯାଇଥିଲା । କିନ୍ତୁ ଯେତେବେଳ ଉଭୟ ଦମ୍ପତ୍ତି ସେଠାରେ ପହଞ୍ଚିଥିଲେ, ହୋଟେଲକୁ ଦେଖି ସେମାନେ ହଠାତ୍ ଚମକି ପଡିଥିଲେ ।

ଫ୍ଲାଇଟରେ ହଜାର ହଜାର ଟଙ୍କା ଖର୍ଚ୍ଚ କରି ଆସିଥିଲେ ଦମ୍ପତ୍ତି । କିନ୍ତୁ ଏଠାରେ ଆସି ସେମାନେ ଦେଖିଥିଲେ ଯେ, ସେମାନେ ଏକ ବଡ ଧୋକାର ଶିକାର ହୋଇଛନ୍ତି । ସେ ଦେଖିଥିବା ଲଗ୍ଜରୀ ହୋଟେଲ ବଦଳରେ ସେଠାରେ ଥିଲା ଗୋଟିଏ ଛୋଟ ହୋଟେଲ । ଏହା ଦେଖି ଉଭୟ ଖୁବ ଦୁଃଖୀ ହୋଇଯାଇଥିଲେ । ଏ ନେଇ ହୋଟେଲର ଆଡମିନ୍ ଙ୍କୁ ପଚାରିବାରୁ ସେ କେବଳ ସେଠାରେ ଚାକିରି କରୁଛନ୍ତି କହି ମନା କରି ଦେଇଥିଲେ । ତେଣୁ ଉଭୟ ବାଧ୍ୟ ହୋଇ ନିଜ ରୁମକୁ ଚାଲିଯାଇଥିଲେ । କିନ୍ତୁ ଏଠାରେ ମଧ୍ୟ ଇଣ୍ଟରନେଟରେ ଦେଖାଯାଇଥିବା ଭଳି ରୁମ୍ ଦେଖିବାକୁ ପାଇ ନଥିଲେ । ତେଣୁ ଏମିତି ଏକ ଧୋକା ପାଇବା ପରେ ସେମାନେ ସେହି ହୋଟେଲ ଛାଡି ସେଠାରୁ ଫେରି ଆସିଥିଲେ । ତେବେ ଏହି ଘଟଣା କିଛି ଦିନ ତଳର ହୋଇଥିବା ବେଳେ ଏବେ ଏହା ଖୁବ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.