fbpx

ଏବେ ହ୍ୱାଟ୍ସଆପ୍‌ରେ ଜାଣନ୍ତୁ ଆପଣଙ୍କ ଅଂଚଳରେ ଭ୍ୟାକ୍ସିନ ଅଛି କି ନାହିଁ, ସରକାର ଜାରି କଲେ ନମ୍ବର

ନୂଆଦିଲ୍ଲୀ ୨୦ ।୦୫: କରୋନାର ଦ୍ୱିତୀୟ ଲହରର ପ୍ରକୋପ ମଧ୍ୟରେ ଅଧିକରୁ ଅଧିକ ଟିକାକରଣ ପାଇଁ ସରକାରଙ୍କ ପ୍ରୟାସ ଜାରି ରହିଛି । ଲୋକଙ୍କ ପର୍ଯ୍ୟନ୍ତ ସହଜରେ କେମିତି ଭ୍ୟାକ୍ସିନ ପହଂଚି ଏଥିପାଇଁ ସରକାର ବିଭିନ୍ନ ଉପାୟ କରିଛନ୍ତି। ଏବେ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ହ୍ୱାଟ୍ସଆପ୍ ନମ୍ବର ଜାରି କରିଛନ୍ତିି । ଏହି ନମ୍ବର ଜରିଆରେ ଆପଣ ନିଜ ଅଂଚଳରେ ଭ୍ୟାକ୍ସିନ ଉପଲବ୍ଧ ଅଛି କି ନାହିଁ ଜାଣି ପାରିବେ ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ୯୦୧୩୧୫୧୫୧୫ ନମ୍ବର ଜାରି କରିଛି । ଘରେ ବସି ଆପଣ ଏହି ନମ୍ବର ମାଧ୍ୟମରେ ନିଜ ଅଂଚଳରେ ଭ୍ୟାକ୍ସିନ ସନ୍ଧାନ କରି ପାରିବେ । ଏଥିପାଇଁ କେବଳ ଏକ ମେସେଜ କରିବାକୁ ପଡିବ । ହ୍ୱାଟ୍ସଆପ ନମ୍ବରକୁ ଯାଇ ନିଜ ଅଂଚଳର ପିନ କୋଡ୍ ଟାଇପ୍ କରି ସେଣ୍ଡ କରିବେ । ସେପଟୁ ଆପଣଙ୍କ ଅଂଚଳରେ ଭ୍ୟାକ୍ସିନ ଉପଲବ୍ଧ ଅଛି କି ନାହିଁ ଆପଣଙ୍କୁ ସବିଶେଷ ତଥ୍ୟ ମିଳିଯିବ ।

ଅଧିକାରୀଙ୍କ ଅନୁଯାୟୀ, ଏହି ବ୍ୟବସ୍ଥାରେ ଲୋକଙ୍କୁ ଟିକାକରଣ ପାଇଁ ହଇରାଣ ହେବାକୁ ପଡିବ ନାହିଁ କି ଅଯଥାରେ ବିନା ସୂଚନାରେ ଟିକା କେନ୍ଦ୍ର ଯିବାକୁ ପଡିବ ନାହିିଁ । ଯେବେ ଆପଣଙ୍କ ପାଳି ପଡିବ ତେବେ ଭ୍ୟାକ୍ସିନ ବିଷୟରେ ଉକ୍ତ ନମ୍ବର ଜରିଆରେ ସଦ୍ୟତମ ସୂଚନା ପାଇ ପାରିବେ । ଏହା ପରେ କେନ୍ଦ୍ରକୁ ଯାଇ ଟିକା ଲଗାଇ ପାରିବେ ।

Get real time updates directly on you device, subscribe now.