fbpx

ପରିବା, ଫଳ ଓ ମାଛରେ ମିଶୁଛି ‘Formalin’ କେମିକାଲ! ମହିଳାଙ୍କ ଗର୍ଭ ନଷ୍ଟ ହୋଇଯିବ, ବଢ଼ିବ କର୍କଟ ଓ ସ୍ନାୟୁ ରୋଗ, ତୁରନ୍ତ ପଦକ୍ଷେପ ନେବାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ 

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆମେମାନେ ଦୈନନ୍ଦିନ ଜୀବନରେ ଯାହା ଖାଉଛେ ତାହା ସବୁ ବିଷରେ ଭର୍ତ୍ତି କହିଲେ ଚଳେ । ଆମେ ଖାଉଥିବା ବିଭିନ୍ନ ପ୍ରକାରର ଫଳ, ପନିପରିବା, ମାଛ ଓ ମାଂସକୁ ସତେଜ ରଖିବା ପାଇଁ ସେଥିରେ ବିଭିନ୍ନ ପ୍ରକାରର ରାସାୟନିକ ପଦାର୍ଥ ମିଶୁଛି । ଯାହାକି ମଣିଷ ପାଇଁ ଭୟଙ୍କର ବିପଦ ଡାକି ଆଣିବ । ବ୍ୟବସାୟୀମାନେ ଫଳ, ପରିବାକୁ ସତେଜ ରଖିବା ପାଇଁ ଏଭଳି ଢଙ୍ଗରେ ତାହାକୁ ବ୍ୟବହାର କରୁଛନ୍ତି ଯେ ସାଧାରଣ ଜନତା ତାହାର ଟେର ସୁଦ୍ଧା ପାଇବା ସମ୍ଭବ ନୁହେଁ ।

ଜଣାପଡ଼ିଛି, ମାଛକୁ ସତେଜ ରଖିବା ପାଇଁ ସେଥିରେ ‘ଫର୍ମାଲିନ’ ନାମକ ଏକ ରାସାୟନିକ ଦ୍ରବ୍ୟ ବ୍ୟବହାର କରାଯାଉଛି । ଏହି ‘ଫର୍ମାଲିନ’ ମଣିଷ ଶରୀର ଭିତରକୁ ଗଲେ କର୍କଟ ରୋଗ ଓ ସ୍ନାୟୁ ରୋଗର ଆଶଙ୍କା ବଢ଼ିଥାଏ । ଏହା ଆମର ରୋଗପ୍ରତିରୋଧକ କ୍ଷମତାକୁ ମଧ୍ୟ ହ୍ରାସ କରିଦେଇଥାଏ । ଏଥିସହିତ ଫର୍ମାଲିନଯୁକ୍ତ ମାଛ ଖାଇବା ପରେ ମହିଳାଙ୍କର ଗର୍ଭ ନଷ୍ଟ ହେବାର ସମ୍ଭାବନା ରହିଥାଏ ବୋଲି ବୈଜ୍ଞାନିକମାନେ କହିଛନ୍ତି । ଶୁଖୁଆରେ ଏହାକୁ ବହୁଳ ଭାବେ ବ୍ୟବହାର କରାଯାଉଥିବା ବେଳେ ରାଜ୍ୟ ବାହାରୁ ଆସୁଥିବା ମାଛରେ ଫର୍ମାଲିନର ବେଶି ବ୍ୟବହାର କରାଯାଉଥିବା କୁହାଯାଇଛି ।

ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀରେ ‘ଫର୍ମାଲିନ’ର ବହୁଳ ବ୍ୟବହାର ନେଇ ବିଭିନ୍ନ ରାଜ୍ୟରୁ ଅଭିଯୋଗ ଆସିଥିଲା । ଏହାପରେ କେନ୍ଦ୍ର ମତ୍ସ୍ୟ, ପଶୁସମ୍ପଦ ମନ୍ତ୍ରଣାଳୟ ତରଫରୁ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମାଛ ଓ ଅନ୍ୟ ଖାଦ୍ୟ ସାମଗ୍ରୀରେ ‘ଫର୍ମାଲିନ’ ମିଶିଛି କି ନାହିଁ ତାହା ପରୀକ୍ଷା କରିବାକୁ କୁହାଯାଇଥିଲା । ରାସାୟନିକ ଦ୍ରବ୍ୟ ପ୍ରୟୋଗ ଉପରେ ରୋକ ଲଗାଇବାକୁ ଏକ ସ୍ପେଶାଲ ଟିମ୍ ଗଠନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା । ତେବେ ମାଛରେ କେତେ ପରିମାଣର ‘ଫର୍ମାଲିନ’ ମିଶିଛି ତାହା ଜାଣିବା ପାଇଁ କେନ୍ଦ୍ରୀୟ ମତ୍ସ୍ୟ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ (ସିଆଇଏଫଟି) ପକ୍ଷରୁ ଏକ ସ୍ୱତନ୍ତ୍ର କିଟ୍ ପ୍ରସ୍ତୁତ କରାଯାଇଛି ।

Get real time updates directly on you device, subscribe now.