ଲୋକାର୍ପିତ ହେଲା ବିଶ୍ବର ସର୍ବୋଚ୍ଚ ବ୍ରିଜ ଚେନାବ୍

ଲୋକାର୍ପିତ ହେଲା ବିଶ୍ବର ସର୍ବୋଚ୍ଚ ରେଳ ସେତୁ ଚେନାବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାମ୍ମୁ-କାଶ୍ମୀରରେ ପହଞ୍ଚି ଆଜି ଏହି ରେଳ ସେତୁର କଲେ ଉଦ୍ଘାଟନ ।

ଶ୍ରୀନଗର: ଲୋକାର୍ପିତ ହେଲା ବିଶ୍ବର ସର୍ବୋଚ୍ଚ ରେଳ ସେତୁ ଚେନାବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାମ୍ମୁ-କାଶ୍ମୀରରେ ପହଞ୍ଚି ଆଜି ଏହି ରେଳ ସେତୁର କଲେ ଉଦ୍ଘାଟନ । ପ୍ରାୟ 15 ଶହ କୋଟି ଖର୍ଚ୍ଚରେ ନିର୍ମିତ ହୋଇଛି ସେତୁ । ଏହି ସେତୁର ଉଚ୍ଚତା 359 ମିଟର ଥିବା ବେଳେ ଏହାର ଦୈର୍ଘ୍ୟ 1315 ମିଟର ।

ଉଦ୍ଧମପୁର- ଶ୍ରୀନଗ- ବାରମୁଲା ରେଳ ଲିଙ୍କ (ୟୁଏସବିଆରଏଲ୍) ଅନ୍ତର୍ଗତ ଚେନାବ ସେତୁ ନିର୍ମାଣ କରାଯାଇଛି । ବିଶ୍ୱର ସବୁଠାରୁ ଉଚ୍ଚତମ ସେତୁ ବୋଲି କୁହାଯାଛି, ଯାହା ଭୂପୃଷ୍ଠରୁ 359 ମିଟର ଉଚ୍ଚତାରେ ନିର୍ମାଣ କରାଯାଇଛି । କେନ୍ଦ୍ର ସରକାର ୟୁଏସବିଆରଏଲକୁ ଦେଶର ସବୁଠୁ ଉଚ୍ଚଆକାକ୍ଷୀ ପ୍ରୋଜେକ୍ଟ ଭାବେ ଅବିହିତ କରିଛନ୍ତି ।

ଏଥିସହ 46000 କୋଟିର ପ୍ରୋଜେକ୍ଟର ଶିଳାନ୍ୟାଶ କରିବେ ପ୍ରଧାନମନ୍ତ୍ରୀ ।

ତେବେ ପହଲଗାମ ଆକ୍ରମଣ ପରେ ଆଜି ପ୍ରଥମ ଥର ମୋଦି ଜମ୍ମୁ-କଶ୍ମୀର ଗସ୍ତ କରିଛନ୍ତି । ମୋଦିଙ୍କ ଗସ୍ତ ନେଇ ସ୍ଥାନୀୟ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।