ଛଙ୍ଗୁର ବାବାଙ୍କ ସମ୍ପତି ଦେଖି ଅଫିସରଙ୍କ ଆଖି ଟେରା, ଘରଦ୍ୱାର, ଜମି, ଦୋକାନ ସବୁର ମାଲିକ ବାବା
ଧର୍ମାନ୍ତରିକରଣ କରିଛି କୋଟିପତି । ବାବାଙ୍କ ଫୋନରୁ ବହୁ ତଥ୍ୟ ସଂଗୃହିତ ।
ନୂଆଦିଲ୍ଲୀ: ଛଙ୍ଗୁର ବାବାର ସମ୍ପତିକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଯାଞ୍ଚ ଚଳାଇଛି । ବର୍ତ୍ତମାନ ସୁଦ୍ଧା ଛଙ୍ଗୁର ବାବାଙ୍କ ନାଁରେ ୧୦.୧୧ କୋଟି ଟଙ୍କାର ଧନ ସମ୍ପତି ଥିବା ଜଣାପଡ଼ିଛି ।
ଯାଞ୍ଚ ଅଧିକାରୀଙ୍କୁ ମିିଳିଥିବା ହକ୍ୟୁମେଣ୍ଟ ଅନୁଚସାରେ ଛଙ୍ଗୁର ବାବା ଏବଂ ତାଙ୍କ ସମ୍ପର୍କୀୟଙ୍କ ନାଁରେ ଅନେକ ସମ୍ପତି ରହିଛି । ଯାହାକୁ ଦେଖି ଅଫିସର ଚିନ୍ତାରେ ପଡ଼ିଯାଇଛନ୍ତି ।
ଏହି ସବୁ ସମ୍ପତି ୨୦୨୦ରୁ ୨୦୨୧ ମଧ୍ୟରେ କିଣାଯାଇଥିବା ଯାଞ୍ଚ ଅଧିକାରୀ କହିଛନ୍ତି । ବର୍ତ୍ତମାନ ସୁଦ୍ଧା ଛଙ୍ଗୁର ବାବାଙ୍କର ୪୦ କୋଟିର ସମ୍ପତି ବାଜ୍ୟାପ୍ତି କରିଛି ଇଡି । ଯେଉଁଥିରେ ବାବାଙ୍କ ଘର ସମେତ ତାଙ୍କ ପୁଅ ଘର ମଧ୍ୟ ସାମିଲ ଅଛି ।
ଉତ୍ତର ପ୍ରଦେଶ ଓ ମୁମ୍ବାଇରେ ଇଡି ପକ୍ଷରୁ ସର୍ଚ୍ଚ ଅପରେଶନ୍ ଜାରି ରହିଛି । ଆଗାମୀ ଦିନରେ ଅନ୍ୟ ସ୍ଥାନ ଗୁଡ଼ିକରେ ମଧ୍ୟ ଯାଞ୍ଚ ଅଫିସର ପହଞ୍ଚି ତଦନ୍ତ ଆରମ୍ଭ କରିବେ ବୋଲି ଜଣାପଡ଼ିଛି ।
ଛଙ୍ଗୁର ବାବାଙ୍କ ୧୪ଟି ସ୍ଥାନରେ ଏହି ରେଡ୍ କରାଯାଇଛି । ବାବାଙ୍କ ମୋବାଇଲ ଫୋନରୁ ବିଦେଶୀ ନୋଟର ଫଟୋ ମିଳିଥିବାବେଳେ କୌଣସି ବିଦେଶୀ ସଙ୍ଗଠନ ଧର୍ମାନ୍ତରିକରଣ କାର୍ଯ୍ୟରେ ସାମିଲ ଥିବା ସନ୍ଦେହ କରାଯାଉଛି ।
ଏହାର କୌଣସି ସତ୍ୟାସତ୍ୟ ପ୍ରମାଣ ମିଳି ନଥିବାବେଳେ ବାବାଙ୍କ ଫୋନରେ ଥିବା ଡେଟାକୁ ନେଇ ଯାଞ୍ଚ ଚାଲିଛି । ଆଗାମୀ ଦିନରେ ଅନେକ ବଡ଼ ରହସ୍ୟର ଗୁମର ଖୋଲିବ ବୋଲି ଆଶା ରଖାଯାଇଛି ।