fbpx

EPFO ନିୟମ ବଦଳାଇଲା: EPF କ୍ଲେମ ସେଟଲମେଣ୍ଟ ପାଇଁ ଚେକ୍ ବୁକ୍ ଓ ପାସବୁକ ବାଧ୍ୟତାମୂଳକ ହେବ ନାହିଁ

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ) ତା’ର କୋଟି କୋଟି ଗ୍ରାହକଙ୍କୁ ଦେଇଛି ଏକ ବଡ଼ ଆଶ୍ୱସ୍ତି । ଇପିଏଫ୍ କ୍ଲେମ ପାଇଁ ଚେକ୍ ବୁକ୍ ଓ ପାସବୁକର ଆବଶ୍ୟକତା ପଡ଼ିବ ନାହିଁ । ଇପିଏଫଓ ପକ୍ଷରୁ ଏହି ନିୟମ ପରିବର୍ତ୍ତନ କରାଯିବା ଫଳରେ ଗ୍ରାହକଙ୍କର ଇପିଏଫ କ୍ଲେମର ପ୍ରକ୍ରିୟା ଏଣିକି ଶୀଘ୍ର ହୋଇପାରିବ । ଇପିଏଫ କ୍ଲେମ ସେଟଲମେଣ୍ଟ ପାଇଁ କ୍ୟାନସେଲ ଚେକ୍ ବା ବ୍ୟାଙ୍କ ପାସବୁକର ବାଧ୍ୟତାମୂଳକକୁ ହଟାଇ ଦିଆଯାଇଛି ।

ଇପିଏଫଓ ମୁତାବକ, ଯଦି କୌଣସି ସବସ୍କ୍ରାଇବର ଅନ୍ୟ ସମସ୍ତ ସର୍ତ୍ତାବଳୀକୁ ପୂରଣ କରିଥିବେ, ତେବେ ଏଭଳି ସ୍ଥିତିରେ ତାଙ୍କୁ କ୍ଲେମ ସେଟଲମେଣ୍ଟ ପାଇଁ ଚେକବୁକ ବା ବ୍ୟାଙ୍କ ପାସବୁକ ଅପଲୋଡ୍ କରିବାକୁ ପଡ଼ିବ ନାହିଁ । ଏହାଫଳରେ ଅନଲାଇନ କ୍ଲେମ ସେଟଲମେଣ୍ଟର ମାମଲା ଶୀଘ୍ର ସମାଧାନ ହୋଇପାରିବ । ପୂର୍ବରୁ ଚେକ ଲିଫ ବା ଆଟେଷ୍ଟେଟ ବ୍ୟାଙ୍କ ପାସବୁକର କପିର ଇମେଜ ଅପଲୋଡ ନ କରିବା କାରଣରୁ ଇପିଏଫଓ ବହୁତ କ୍ଲେମକୁ ଖାରଜ କରିଦେଉଥିଲା ।

ଗତ ମାସ ୨୮ ତାରିଫରେ ଇପିଏଫଓ ପକ୍ଷରୁ ଏହି ମାମଲାରେ ଏକ ସର୍କୁଲାର ଜାରି କରାଯାଇଛି । ଅନଲାଇନରେ ଦାଖଲ ହେବାକୁ ଥିବା କ୍ଲେମର ସେଟଲମେଣ୍ଟ ପାଇଁ ଇପିଏଫଓ ନିୟମରେ ପରିର୍ତ୍ତନ କରିଥିବା କୁହାଯାଇଛି । ଚେକ ଲିଫ ବା ବ୍ୟାଙ୍କ ଆକାଉଣ୍ଟର ଡିଟେଲ୍ସ ଅପଲୋଡ ନକରିବା ଫଳରେ କ୍ଲେମ ରିଜେକ୍ସନର ସଂଖ୍ୟାକୁ କମ୍ କରିବା ପାଇଁ ନିୟମରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ମାତ୍ର ଏହା କିଛି ବୈଧ ମାମଲାରେ ଏହି ଛାଡ଼ କରାଯାଇଛି । ଯେଉଁମାନଙ୍କର ଅନ୍ୟ ଭାଲିଡେସନ ପୂର୍ଣ୍ଣ ହୋଇଥିବା ସେମାନଙ୍କୁ ଏହି ଆଶ୍ୱସ୍ତି ମିଳିବ ।

Get real time updates directly on you device, subscribe now.