fbpx

ଛତିଶଗଡ଼: ଯବାନଙ୍କ ଏନକାଉଣ୍ଟରରେ ୪ ମାଓବାଦୀଙ୍କ ମୃତ୍ୟୁ

ଓଡ଼ିଶା ଭାସ୍କର: ଛତିଶଗଡ଼ ବିଜାପୁର ଜିଲ୍ଲାରେ ଯବାନଙ୍କ ଏନକାଉଣ୍ଟରରେ ୪ ମାଓବାଦୀଙ୍କ ମୃତ୍ୟୁ। ତେବେ ଏହି ୪ ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ମାଓବାଦୀ ଥିବା ନେଇ ସୂଚନା। ମୃତ ମାଓବାଦୀମାନଙ୍କ ଶବ ଉଦ୍ଧାର କରାଯାଇଛି। ଏହାଛଡ଼ା ଘଟଣାସ୍ଥଳରୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ ହୋଇଛି। ସମ୍ପୃକ୍ତ ଅଞ୍ଚଳରେ ଡିଆରଜି ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି।

ସୂଚନା ଅନୁଯାୟୀ, ଛତିଶଗଡ଼ ବିଜାପୁର ଜିଲ୍ଲା ଜାଙ୍ଗଲା ଥାନା ଅନ୍ତର୍ଗତ ଛୋଟେ ତୁଙ୍ଗାଲି ଜଙ୍ଗଲରେ ଏହି ଏନକାଉଣ୍ଟର ହୋଇଛି। ଯବାନଙ୍କ ଗୁଳିରେ ୪ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ହେଲେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

 

Get real time updates directly on you device, subscribe now.