fbpx

ଉତ୍ତର ପ୍ରଦେଶରେ ଧାରଣା ଦେଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ, ଲକ୍ଷ୍ନୌ ଏୟାରପୋର୍ଟର ବାହାରକୁ ଛାଡିଲାନି ପୋଲିସ, ଦେଖନ୍ତୁ ଭିଡିଓ…

ଲକ୍ଷ୍ନୌ : ଉତ୍ତର ପ୍ରଦେଶ ରାଜାଧାନୀ ଲକ୍ଷ୍ନୌ ଏୟାରପୋର୍ଟର ବାହାର ଚଟଣାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ । ପୋଲିସ୍‌ ତାଙ୍କୁ ଏୟାରପୋର୍ଟ ବାହାରକୁ ଯିବାକୁ ନ ଦେବାରୁ ସେ ଏହାର ପ୍ରତିବାଦରେ ଚଟାଣରେ ବସିଛନ୍ତି । ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରି ହିଂସାକାଣ୍ଡ ଘଟଣାକୁ ନେଇ ବିକ୍ଷୋଭ ଚାଲିଥିବା ବେଳେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ବାଘେଲ ଲକ୍ଷ୍ନୌରେ ପହଞ୍ଚିଥିଲେ । ସେ ଲକ୍ଷ୍ମୀପୁର ଖେରି ଯିବାର ନାହିଁ । କେବଳ ଲକ୍ଷ୍ନୌରେ ସାମ୍ବାଦିକ ସମ୍ମିଳନୀରେ ଯୋଗଦେବାକୁ ଆସିଥିବା ପୋଲିସ୍‌କୁ କହିଥିଲେ । ତଥାପି ତାଙ୍କୁ ଏୟାରପୋର୍ଟର ବାହାରକୁ ଯିବା ପାଇଁ ପୋଲିସ୍‌ ଅନୁମତି ଦେଇନାହିଁ । ଫଳରେ ସେ ଚଟାଣାରେ ବସି ଏହାର ପ୍ରତିବାଦ କରିଛନ୍ତି ।

 

ଏହାର ଫଟୋ ମଧ୍ୟ ନିଜେ ବାଘେଲ ଶେୟାର କରିଛନ୍ତି । ଯେଉଁଥିରେ ସେ ଚଟାଣରେ ବସିଥିବା ବେଳେ ପୋଲିସ୍‌ ଅଧିକାରୀମାନେ ତାଙ୍କୁ ଘେରି ରହିଥିବା ଦେଖିବାକୁ ମିଳିଛି । ୬୦ ବର୍ଷୀୟ ବାଘେଲ ଟ୍ୱିଟ କରି କହିଛନ୍ତି, “ବିନା କୌଣସି ନିର୍ଦ୍ଦେଶରେ ମୋତେ ଲକ୍ଷ୍ନୌ ଏୟାରପୋର୍ଟରେ ଅଟକ ରଖାଯାଇଛି ।” ସେ ଗୋଟିଏ ଭିଡିଓ ମଧ୍ୟ ଶେୟାର କରିଛନ୍ତି । ଯେଉଁଥିରେ ମୁଖ୍ୟମନ୍ତ୍ରୀ ବାଘେଲ ସେଠାରେ ଉପସ୍ଥିତ ଥିବା ଅଧିକାରୀଙ୍କ ସହ ଆଲୋଚନା କରୁଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.