fbpx

ଡିସେମ୍ବର ୨୨ରୁ ପ୍ରୋ କବାଡି ଲିଗ୍‌ର ଅଷ୍ଟମ ସଂସ୍କରଣ, ଷ୍ଟାର ସ୍ପୋର୍ଟ୍ସ ଓ ହଟଷ୍ଟାରେ ସିଧା ପ୍ରସାରଣ ଦେଖିପାରିବେ ଦର୍ଶକ

ମୁମ୍ବାଇ: ଆସନ୍ତା ଡିସେମ୍ବର ମାସ ୨୨ ତାରିଖରୁ ଆରମ୍ଭ ହେବ ପ୍ରୋ କବାଡି ଲିଗ୍‌ର ଅଷ୍ଟମ ସଂସ୍କରଣ । ସୂଚନା ଯୋଗ୍ୟ ଯେ ଗତ ଅଗଷ୍ଟ ମାସ ୨୯ ଓ ୩୧ ତାରିଖ ଦିନ ଖେଳାଳି ନିଲାମ ପ୍ରକ୍ରିୟା ମୁମ୍ବାଇରେ ଅନୁଷ୍ଠିତ ହୋଇଥିଲା । ତେବେ କରୋନା ସଂକ୍ରମଣ ଆଶଙ୍କା ନେଇ ଚଳିତ ବର୍ଷ କେବଳ ଗୋଟିଏ ସ୍ଥାନ ବେଙ୍ଗାଲୁରରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ ।

ଭିଭୋ ପ୍ରୋ କବାଡି ଲିଗର ମାଶାଲ ସ୍ପୋର୍ଟ୍ସ ଆଣ୍ଡ ଲିଗ କମିଶନର ଅନୁମ ଗୋସ୍ୱାମୀ କହିଛନ୍ତି ଯେ କରୋନା ପରିସ୍ଥିତି ସତ୍ତେ୍ୱ ପୁଣି ପ୍ରୋ କବାଡି ଲିଗ ପ୍ରତ୍ୟାବର୍ତ୍ତନ କରିବା ଖୁସିର ବିଷୟ । ତେବେ ବେଙ୍ଗାଲୁରରେ କବାଡି ପାଇଁ ଭୌଗଳିକ ସ୍ଥିତି ଅତି ଭଲ ଥିବା ବେଳେ ପ୍ରୋ କବାଡି ଲିଗ ଫ୍ୟାନ୍ସ ଦେଶର ଅନ୍ୟାନ୍ୟ ସ୍ଥାନ ଅପେକ୍ଷା ଅଧିକ । ସେହିପରି ଏଠାରେ କବାଡି ଅଭ୍ୟାସ କରିବା ପାଇଁ ପର୍ଯ୍ୟାପ୍ତ ସୁବିଧା ରହିଛି ।

ସୂଚନା ଯୋଗ୍ୟ ଯେ ଚଳିତ ବର୍ଷର ପ୍ରୋ କବାଡି ଲିଗର ସିଧା ପ୍ରସାରଣ କରିବ ଷ୍ଟାର ସ୍ପୋର୍ଟ୍ସ ଓ ହଟଷ୍ଟାର ।

Get real time updates directly on you device, subscribe now.