fbpx

ଓଡ଼ିଶା ହାଇକୋର୍ଟକୁ ୨ ନୂଆ ବିଚାରପତିଙ୍କ ବଦଳି

ନୂଆଦିଲ୍ଲୀ/କଟକ,(ଭାସ୍କର ନ୍ୟୁଜ୍) : ପଞ୍ଜାବ ଓ ହରିଆନା ହାଇକୋର୍ଟ ବିଚାରପତି ଜଷ୍ଟିସ ଯଶୋୱନ୍ତ ସିଂ ଏବଂ କଲିକତା ହାଇକୋର୍ଟ ବିଚାରପତି ଜଷ୍ଟିସ ଅରିନ୍ଦମ ସିହ୍ନାଙ୍କୁ ଓଡ଼ିଶା ହାଇକୋର୍ଟକୁ ବଦଳି କରାଯାଇଛି । ଅନ୍ୟପଟେ ଓଡ଼ିଶା ହାଇକୋର୍ଟ ବିଚାରପତି ଥିବା ଜଷ୍ଟିସ ସଞ୍ଜୟ କୁମାର ମିଶ୍ର ଉତ୍ତରାଖଣ୍ଡ ହାଇକୋର୍ଟକୁ ବଦଳି ହୋଇଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଧାନ ବିଚାରପତି ଏନ.ଭି. ରମନ୍ନାଙ୍କ ସହ ଆଲୋଚନା ପରେ ଏ ସଂପର୍କରେ ନିଷ୍ପତ୍ତି ନେଇଛନ୍ତି । ସେହିପରି ରାଜସ୍ଥାନ ହାଇକୋର୍ଟ ବିଚାରପତି ଜଷ୍ଟିସ ସବିନାଙ୍କୁ ହିମାଚଳ ପ୍ରଦେଶ, ଛତିଶଗଡ଼ ହାଇକୋର୍ଟର ଜଷ୍ଟିସ ମନୀନ୍ଦ୍ର ମୋହନ ଶ୍ରୀବାସ୍ତବଙ୍କୁ ରାଜସ୍ଥାନ ହାଇକୋର୍ଟ, ପାଟନା ହାଇକୋର୍ଟ ବିଚାରପତି ଜଷ୍ଟିସ ଅସନୁଦ୍ଦିନ ଅମାନୁଲ୍ଲାଙ୍କୁ ଆନ୍ଧ୍ରପ୍ରଦେଶ ହାଇକୋର୍ଟକୁ ବଦଳି କରାଯାଇଛି ।

ସେହିପରି ବମ୍ବେ ହାଇକୋର୍ଟ ବିଚାରପତି ଜଷ୍ଟିସ ଉଜ୍ୱଳ ଭୂୟାଁଙ୍କୁ ତେଲଙ୍ଗାନା ହାଇକୋର୍ଟକୁ, ଗୁଜରାଟ ହାଇକୋର୍ଟ ବିଚାରପତି .ଜଷ୍ଟିସ ପରେଶ ଆର ଉପାଧ୍ୟାୟଙ୍କୁ ମାଡ୍ରାସ ହାଇକୋର୍ଟ, ତେଲଙ୍ଗାନା ହାଇକୋର୍ଟ ବିଚାରପତି ଜଷ୍ଟିସ ଏମ.ଏସ.ଏସ. ରାମଚନ୍ଦ୍ର ରାଓଙ୍କୁ ପଞ୍ଜାବ ଓ ହରିଆନା ହାଇକୋର୍ଟ, କେରଳ ହାଇକୋର୍ଟ ବିଚାରପତି ଜଷ୍ଟିସ ଏ.ଏମ.ବଦରଙ୍କୁ ପାଟନା ହାଇକୋର୍ଟ, ଆହ୍ଲାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ ଯଶୋବନ୍ତ ବର୍ମାଙ୍କୁ ଦିଲ୍ଲୀ ହାଇକୋର୍ଟ, ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ ବିବେକ ଅଗ୍ରୱାଲଙ୍କୁ ମଧ୍ୟପ୍ରଦେଶ ହାଇକୋର୍ଟ, ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ ଚନ୍ଦ୍ରଧାରୀ ସିଂଙ୍କୁ ଦିଲ୍ଲୀ ହାଇକୋର୍ଟ, ହିମାଚଳପ୍ରଦେଶ ହାଇକୋର୍ଟ ବିଚାରପତି ଜଷ୍ଟିସ ଅନୁ ଚିତ୍‌କାରାଙ୍କୁ ପଞ୍ଜାବ ଓ ହରିଆନା ହାଇକୋର୍ଟ ଏବଂ ଆହ୍ଲାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ ରବିନାଥ ତିଲହାରୀଙ୍କୁ ଆନ୍ଧ୍ର୍ରଦେଶ ହାଇକୋର୍ଟ ବିଚାରପତି ଭାବେ ବଦଳି କରାଯାଇଛି ।

Get real time updates directly on you device, subscribe now.