fbpx
BSKY SKY
BSKY SKY

ଆୟୁଷ ଡାକ୍ତରଙ୍କ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଆନ୍ଦୋଳନ: ରୋଗୀ ସେବା ଠପ୍‌, ସଙ୍କଟରେ ସ୍ୱାସ୍ଥ୍ୟସେବା

BSKY

କୋଣାର୍କ (ଭାସ୍କର ନ୍ୟୁଜ୍‌): ବିଶ୍ୱ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ଠାରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ କାର୍ଯ୍ୟରତ ଆୟୁଷ ଡାକ୍ତରଙ୍କ ଗତ ଅକ୍ଟୋବର ୨ତାରିଖ ଠାରୁ ଜରୁରୀକାଳୀନ ରୋଗୀ ଚିକିତ୍ସା ବନ୍ଦ କରିବା ପରେ ଏଠାରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡିଛି । ଖବରରୁ ପ୍ରକାଶ ଯେ କୋଣାର୍କ ସମେତ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ କାର୍ଯ୍ୟରତ ୮ଜଣ ଆଯୁଷ ଡାକ୍ତର ଦୀର୍ଘ ୧୪ ଦିନ ଧରି ରାଜ୍ୟ ସରକାରଙ୍କ ଟିକାକରଣ କାର୍ଯ୍ୟକ୍ରମ, ଇସଂଜୀବନୀ, ଜରୁରୀକାଳୀନ ରୋଗୀ ସେବା, ରାତ୍ରି କାଳୀନ ରୋଗୀ ସେବା, ପ୍ରସୂତି, ଗର୍ଭବତୀ ମହିଳା ମାନଙ୍କ ସ୍ୱାସ୍ଥ୍ୟ ସେବା ଓ କାୟା କଳ୍ପ ଯୋଜନା ମାଧ୍ୟମରେ ସ୍ୱାସ୍ଥ୍ୟ ସେବା ଜାରି ରଖିଛନ୍ତି ।

ମାତ୍ର ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଭିନ୍ନ ସମୟରେ କାର୍ଯ୍ୟରତ ଡାକ୍ତର ମାନଙ୍କୁ ଚାକିରୀ ସ୍ଥାୟୀ କରିବା ପାଇଁ ପ୍ରତିଶୃତି ଦିଆଯାଉଥିବା ବେଳେ ତାହା ଅଦ୍ୟାବଧି କାର୍ଯ୍ୟକାରୀ କରିବା ଦିଗରେ ସ୍ୱାସ୍ଥ୍ୟ ବିଭାଗ କାଳକ୍ଷେପଣ ନୀତି ଅବଲମ୍ବନ କରୁଥିବା ଦେଖିବାକୁ ମିଳିଛି । ଗତ ଅକ୍ଟୋବର ପବିତ୍ର ଗାନ୍ଧୀ ଜୟନ୍ତୀ ଠାରୁ ଏହି ଆଯୁଷ ଡାକ୍ତର ମାନେ ଜରୁରୀକାଳୀନ ସେବା ନ କରି ନିଜ ଆୟୁଷ ଚିକିତ୍ସା ସେବା ପ୍ରଦାନ କରୁଛନ୍ତି । କୋଣାର୍କ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ କାର୍ଯ୍ୟରତ ଆୟୁଷ ଡାକ୍ତର ବିଧୁଭୁଷଣ ନାୟକଙ୍କ ଦ୍ୱାରା ପର୍ଯ୍ୟଟନ ସ୍ଥଳୀ କୋଣାର୍କ ଠାରେ ସମସ୍ତ ପ୍ରକାର ଜରୁରୀକାଳୀନ ଚିକିତ୍ସା ସେବା ମିଳୁ ଥିବା ବେଳେ ବର୍ତ୍ତମାନ ଆୟୁଷ ଡାକ୍ତର ମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ତାହା ବ୍‌ଯାହାତ ହେଉଛି । ଫଳରେ ଏହି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭରଶୀଳ ଜନସାଧାରଣ ଚିକିତ୍ସା ପାଇଁ ଗୋପ ସମେତ ପୁରୀ ଯାଉଥିବା ଦେଖିବାକୁ ମିଳିଛି । ଏହି ଘଟଣାକୁ ସହୃଦୟତାର ବିଚାର କରି ନିରବଛିନ୍ନ ସେବା ପ୍ରଦାନ କରୁଥିବା ଆୟୁଷ ଡାକ୍ତରମାନଙ୍କ ଚାକିରୀଙ୍କୁ ସ୍ଥାୟୀ କରିବା ପାଇଁ ଆୟୁଷ ଡାକ୍ତର ବିଧୁଭୁଷଣ ନାୟକଙ୍କ ସମେତ ସଂଘର କର୍ମକର୍ତ୍ତା ମାନେ ଦାବି କରିଛନ୍ତି ।

Get real time updates directly on you device, subscribe now.