fbpx

ଛତିଶଗଡ଼ ନିଖୋଜକୁ ନେଇ ଆସିଲା ନୂଆ ମୋଡ, କାର ସହ ମିଳିଲା ୪ ମୃତ ଦେହ

ଉମରକୋଟ : ନିଖୋଜ ଥିବା ପରିବାରର ଆଜି ସେମାନଙ୍କ ପତ୍ତା ମିଳିଛି । ଏଥିରେ ପରିବାରର ୩ଜଣ ସଦସ୍ୟଙ୍କ ସହ ଜଣେ ପଡ଼ୋଶୀଙ୍କ ପତ୍ତା ମିଳୁ ନଥିଲା । ତେବେ ଆଜି ଏକ କୂଅରୁ ସେମାନଙ୍କ ମୃତଦେହ ଠାବ କରାଯାଇଛି । ଏହି ମୃତ ବ୍ୟକ୍ତିଙ୍କ ଘର ହେଉଛି ନବରଙ୍ଗପୁର ରାଇରଙ୍ଗ ପୁର ।

ସୂଚନା ଅନୁଯାୟୀ, ଏହି ଚାରିଜଣ ମିଶି ଛତିଶଗଡ କାଙ୍କେରକୁ ଏକ ବିବାହକୁ ଉତ୍ସବକୁ ଯାଇଥିଲେ । ହେଲେ ସେଠାରୁ ଆଉ ସେମାନେ ଘରକୁ ଫେରିନଥିଲେ । ଘରଲୋକେ ସେମାନଙ୍କ ପତ୍ତା ନ ପାଇ କେହି ଅପହରଣ କରିନେଇଛନ୍ତି ବୋଲି ସନ୍ଦେହ କରିଥିଲେ । ହେଲେ ଆଜି ବିଭିନ୍ନ ତଦନ୍ତ ପରେ ସେମାନଙ୍କୁ ଉଦ୍ଧାର କରାଯାଇଛି ଏକ କୂଅରୁ । ସେହି ୪ଜଣ ହେଉଛନ୍ତି, ସପନ ସରକାର, ପତ୍ନୀ ଇତିଶ୍ରୀ, ବିଶ୍ୱଜିତ୍(ଶାଳକ) ଏବଂ ପଡୋଶୀ ହାଜାରି ଡାଲି ।

ଛତିଶଗଡ଼ରୁ ସେ ଭୋଜି ଖାଇ କୋଣ୍ଡାଗାଁକୁ ଫେରୁଥିଲେ । କାରଣ ଅଧିକ ରାତି ହୋଇଯିବାରୁ ସେ ଶ୍ୱଶୁରଙ୍କ ଘରକୁ ରହିବା ପାଇଁ ଯାଇଥିଲେ । ହେଲେ ୫କିମି ଯିବାପରେ ତାଙ୍କ ଫୋନ ଆଉ ଲାଗି ନଥିଲା ।ଏନେଇ ପରିବାର ଲୋକେ କାଙ୍କେର କତୁଆଲି ଥାନାରେ ଏତଲା ଦେଇଥିଲେ । ଏହାପରେ ଆଜି ସେମାନଙ୍କ ପତ୍ତା ମିଳିଛି । ସମ୍ପୂର୍ଣ କାର ସହ ୪ଜଣଙ୍କ ମୃତ ଶରୀର ଉଦ୍ଧାର କରାଯାଇଛି ।

 

Get real time updates directly on you device, subscribe now.