fbpx

(Video) ବିରିୟାନୀ ପ୍ରେମୀଙ୍କ ପାଇଁ ଖୁସି ଖବର: ମାତ୍ର ୧ ଟଙ୍କାରେ ଏହି ଜାଗାରେ ମିଳିବ ଚିକେନ୍ ବିରିୟାନୀ

Advertisement

ଆଜିକାଲି ବିରିୟାନୀର କ୍ରେଜ ଖୁବ ଅଧିକ । ଯବୁପିଢୀଙ୍କ ଭିତରେ ସବୁଠୁ ଅଧିକ ଚାଲିଥିବା ଆଇଟମ୍ ଭିତରୁ ବିରିୟାନୀ ହେଉଛି ଖୁବ ସ୍ପେଶାଲ । ପ୍ରତ୍ୟେକ ଉତ୍ସବରେ ବିରିୟାନୀ ପାର୍ଟି ପାଇଁ ହୋଇଥାଏ ପ୍ରବଳ ଡିମାଣ୍ଡ । ତେବେ ୟା ଭିତରେ ଚିକେନ୍ ବିରିୟାନୀ ଲୋକଙ୍କୁ ଆହୁରି ପସନ୍ଦ ଆସୁଛି । କିନ୍ତୁ ଯଦି ଚିକେନ୍ ବିରିୟାନୀ ଆପଣଙ୍କୁ ୧ ଟଙ୍କାରେ ଦିଆଯାଏ… କଥାଟା ବିଶ୍ୱାସ କରିବା ସହଜ ନୁହେଁ । କିନ୍ତୁ ମିଛ ବି ନୁହେଁ । ଏମିତି ଏକ ସ୍ଥାନରେ ମାତ୍ର ୧ ଟଙ୍କାରେ ମିଳୁଛି ଚିକେନ୍ ବିରିୟାନୀ ।

ଯୁବପିଢୀ ଏବଂ ଚିକେନ୍ ବିରିୟାନୀ ପ୍ରେମ ବେଶ୍ ଅଲଗା । ତେବେ ଏହାପରେ ଯଦି ବିରିୟାନୀ ପ୍ଲେଟର ମୂଲ୍ୟ କମ୍ ହୋଇଯାଏ, ତାହେଲେ ବିଲେଇ କପାଳକୁ ଶିକା ଛିଣ୍ଡିଲା ପରି କଥା । ଏମିତି ଏକ ହୋଟେଲରେ ଚିକେନ୍ ବିରିୟାନୀ ମାତ୍ର ଗୋଟିଏ ଟଙ୍କା ବିନିମୟରେ ମିଳି ପାରୁଛି ।ବିରିୟାନିର ମୂଲ୍ୟ ଟିକିଏ କମ୍ ଏତେ କମ୍ ଥିଲା ଯେ ଯାହା ପାଇଁ ଲୋକ ହୋଟେଲ ସାମ୍ନାରେ ଠେଲାପେଲା ହେଉଥିଲେ । ହୋଟେଲର ଅଫର ଥିଲା ଯେଉଁମାନେ ମୁଣ୍ଡ ପିଛା ୧ ଟଙ୍କିଆ ନୋଟ୍ ଆଣିଥିଲେ ସେମାନଙ୍କୁ କେବଳ ଗୋଟିଏ ବିରିୟାନୀ ପ୍ଲେଟ୍ ଯୋଗାଇ ଦିଆଯିବ । ଏହା ଜାଣିବା ପରେ ସେଠାରେ ଲୋକଙ୍କ ନାହିଁନଥିବା ଭିଡ ଦେଖିବାକୁ ମିଳିଥିଲା । ମାତ୍ର ଟଙ୍କାଟାରେ ଚିକେନ୍ ବିରିୟାନି ମିଳୁଛି ଖବର ଚାହୁଁଚାହୁଁ ପୁରା ସହରରେ ପ୍ରଚାର ହୋଇଗଲା । ଏହାପରେ ଦେଖିବାର ଥିଲା ସେଠିକାର ଭିଡ । ପାର୍ସଲ ସମେତ ଶତାଧିକ ପ୍ଲେଟ୍ ବିରିୟାନୀ ଲୋକଙ୍କୁ ଦିଆଯାଇଥିଲା । ତେବେ ରିହାତି ବିରିୟାନିର ମଜା ନେବାର ଏକ ଆକର୍ଷଣୀୟ ସୁଯୋଗ ଯାହା ଥିଲା ତାହା ଏକ ବିଶୃଙ୍ଖଳିତ ପରିସ୍ଥିତିକୁ ନିମନ୍ତ୍ରଣ କରିଥିଲା ।

ପ୍ରବଳ ଭିଡ଼ ପରେ ହୋଟେଲ କର୍ମଚାରୀ ବାଧ୍ୟ ହୋଇ ସଟର ବନ୍ଦ କରିଦେଇଥିଲେ । ଉତ୍ତେଜନା ବଢ଼ୁଥିବାରୁ ତେଲେଙ୍ଗାନା ଛକ ନିକଟରେ ଖୋଲିଥିବା ଏମ୍ପାୟାର ହୋଟେଲର ମ୍ୟାନେଜମେଣ୍ଟ ବାଧ୍ୟ ହୋଇ ଏହି ଅଫରକୁ ବନ୍ଦ କରିଦେଇଥିଲେ । କେବଳ ଏତିକି ନୁହେଁ ହୋଟେଲ ସାମ୍ନାରେ ଏତେ ଭିଡ ଜମିଥିଲା ଯେ, ଟ୍ରାଫିକ୍ ଜାମ ହୋଇଥିଲା । ଫଳରେ ପୋଲିସକୁ ଆସି ସେଠାକାର ପରିସ୍ଥିତିକୁ ନିୟନ୍ତ୍ରଣକୁ ପଡିଛି । ତେବେ ତେଲେଙ୍ଗାନାର କରିମନଗରରେ ଏକ ସ୍ଥାନୀୟ ହୋଟେଲର ଭବ୍ୟ ଉଦଘାଟନ ଉତ୍ସବ ଅବସରରେ ଏହି ଚିକେନ୍ ବିରିୟାନି ବିକ୍ରି ହେଉଥିଲା । ବିରିୟାନିରେ କିଛି ସ୍ପେଶାଲ ନଥିଲେ ବି କେବଳ ଏହାର ମୂଲ୍ୟ ପାଇଁ ଶହ ଶହ ପ୍ଲେଟ ବିକ୍ରି କରିବାରେ ସଫଳ ହୋଇଛନ୍ତି ହୋଟେଲ ମାଲିକ ।

Get real time updates directly on you device, subscribe now.