fbpx

(Video) ହୋଟେଲରେ ପ୍ରବଳ ଭିଡ଼! ୩୦ ମିନିଟରେ ଶେଷ କରନ୍ତୁ ୬ ପ୍ଲେଟ୍ ଚିକେନ୍ ବିରିୟାନୀ, ମିଳିବ ୧ ଲକ୍ଷ ଟଙ୍କା ପୁରସ୍କାର

ନୂଆଦିଲ୍ଲୀ: ଗ୍ରାହକଙ୍କ ମନ ଜିଣିବା ପାଇଁ ଅନେକ ସମୟରେ କିଛି ରେଷ୍ଟୁରାଣ୍ଟ ଓ ହୋଟେଲମାନେ ଆକର୍ଷଣୀୟ ଅଫର ଘୋଷଣା କରିଥାନ୍ତି । ତେବେ ଏହା ମଧ୍ୟରେ ଏକ ହୋଟେଲରେ ଲୋକଙ୍କର ପ୍ରବଳ ଭିଡ଼ ଜମିବାରେ ଲାଗିଛି । ହୋଟେଲ ପକ୍ଷରୁ କରାଯାଇଥିବା ଘୋଷଣା ମୁତାବକ, ୩୦ ମିନିଟ ଭିତରେ ଯିଏ ୬ ପ୍ଲେଟ୍ ଚିକେନ୍ ବିରିୟାନୀ ଖାଇ ଶେଷ କରିଦେବେ, ତାଙ୍କୁ ୧ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯିବ । ସେହିପରି ସମାନ ସମୟ ମଧ୍ୟରେ ଯଦି ଜଣେ ଗ୍ରାହକ ୪ ପ୍ଲେଟ୍ ବିରିୟାନୀ ଶେଷ କରି ଦିଅନ୍ତି ତେବେ ତାଙ୍କୁ ୫୦ ହଜାର ପୁରସ୍କାର ଏବଂ ୩ ପ୍ଲେଟ୍ ବିରିୟାନୀ ଶେଷ କରିଦେଲେ ୨୫ ହଜାର ପୁରସ୍କାର ମିଳିବ ।

ଖବର ମୁତାବକ, ତାମିଲନାଡ଼ୁର କୋଏମ୍ବାଟୁରରେ ବିରିୟାନୀପ୍ରେମୀଙ୍କ ପାଇଁ ଏକ ନିଆରା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ହୋଟେଲ ପକ୍ଷରୁ ବିଭନ୍ନ ଅଫର ଘୋଷଣା କରାଯିବା ଧାର୍ଯ୍ୟ ସମୟ ମଧ୍ୟରେ ବିରିୟାନୀ ଖାଇ ଶେଷ କରିଦେଲେ ପୁରସ୍କାର ମିଳିବ ବୋଲି କୁହାଯାଇଥିଲା । ଏହାପରେ ହୋଟେଲରେ ଲୋକଙ୍କର ପ୍ରବଳ ଭିଡ଼ ଜମିଥିଲା । ଏହି ଖାଦ୍ୟ ପ୍ରତିଯୋଗିତାର ଫଟୋ ଓ ଭିଡିଓ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହୋଇଥିଲା ।

ଲୋକମାନେ ପୁରସ୍କାର ଜିତିବା ଲକ୍ଷ୍ୟରେ ଶୀଘ୍ର ଶୀଘ୍ର ବିରିୟାନୀ ଖାଇବାରେ ଲାଗିଥିଲେ । କୋଏମ୍ବାଟୁର ରେଲେଓବ ଷ୍ଟେସନ ପରିସରରେ ଥିବା ବୋଚା ଏକ୍ସପ୍ରେସ ଟ୍ରେନ ହୋଟେଲ ପକ୍ଷରୁ ଏହି ପ୍ରତିଯୋଗିତା ଆୟୋଜନ କରାଯାଇଥିବା ବେଳେ ମଜା ପାଇଁ ସେ ଏହାକୁ ଆୟୋଜନ କରିଥିଲେ ବୋଲି ହୋଟେଲର ମାଲିକ କହିଥିଲେ । ପ୍ରତିଯୋଗିତା ଦ୍ୱିପ୍ରହର ୧ଟାରୁ ଆରମ୍ଭ ହୋଇ ଅପରାହ୍ଣ ୪ଟାରେ ସମାପ୍ତ ହେବାର ଥିଲା । ମାତ୍ର ପ୍ରବଳ ଭିଡ଼ ଯୋଗୁଁ ତାହା ରାତି ପର୍ଯ୍ୟନ୍ତ ଚାଲିଥିଲା । ଜଣେ ବ୍ୟକ୍ତି ତାଙ୍କର ପୁଅର ଚିକିତ୍ସା ଖର୍ଚ୍ଚ ଉଠାଇବା ପାଇଁ ଏହି ବିରିୟାନୀ ପ୍ରତିଯୋଗିତାରେ ଭାଗନେଇଥିବା ବେଳେ ସେ ୫୦ ହଜାର ଟଙ୍କାର ପୁରସ୍କାର ଜିତିଥିଲେ ।

Get real time updates directly on you device, subscribe now.