fbpx

ମହାପ୍ରଭୁଙ୍କ ଦର୍ଶନ କଲେ ହାଇକୋର୍ଟର ମୁଖ୍ୟ ବିଚାରପତି

ଭୁବନେଶ୍ୱର, ୯ା୧ (ଓଡିଶା ଭାସ୍କର): ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ. ମୁରଲୀଧର ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି । କୋଭିଡ କଟକଣାକୁ ପାଳନ କରି କୋଭିଡ ରିପୋର୍ଟ ଦେଖାଇବା ପରେ ସେ ଦର୍ଶନ କରିଥିବା ଜଣପଡ଼ିଛି ।

ସୂଚନାଯୋଗ୍ୟ ଯେ, ଗତ ୪ ତାରିଖରେ ମୁରଲୀଧର ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ରାଜଭବନରେ ଶପଥ ଗ୍ରହଣ କରିଥିଲେ । ସେ ହେଉଛନ୍ତି ହେଉଛନ୍ତି ଓଡ଼ିଶା ହାଇକୋର୍ଟର ୩୨ତମ ମୁଖ୍ୟ ବିଚାରପତି । ସେ ଏହା ପୂର୍ବରୁ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରୁଥିଲେ ।

Get real time updates directly on you device, subscribe now.