ଆଜି ପ୍ରଥମ କରି ଫୁଲବାଣୀ ଯିବେ ମୋହନ ମାଝୀ, ୪୨ଟି ପ୍ରକଳ୍ପ କରିବେ ଉଦ୍ଘାଟନ

ବାଲିଗୁଡ଼ା: ଆଜି ଫୁଲବାଣୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୪୨ଟି ପ୍ରକଳ୍ପର ଉଦଘାଟନ ଓ ୬୫ ଟି ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ।

ନବନିର୍ମିତ ମେଡିକାଲ କଲେଜର ଉଦ୍ଘାଟନ କରବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କର ଏହା ପ୍ରଥମ ଫୁଲବାଣୀ ଗସ୍ତ ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଗସ୍ତ କରିବାକୁ ଥିବା ଅଞ୍ଚଳରେ ୧୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି ।