ଦେବଗଡ଼କୁ 205 କୋଟି ପ୍ରକଳ୍ପ ଭେଟି, 3 ଶହ ଶଯ୍ୟା ବିଶିଷ୍ଟ ମେଡ଼ିକାଲ ଉଦଘାଟିତ

ମୁଖ୍ୟମନ୍ତ୍ରୀଙ୍କ 205 କୋଟିର ପ୍ରକଳ୍ପ ଭେଟି । ଦେବଗଡ଼ ଜଲ୍ଲାକୁ 205 କୋଟିର ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ ।

ଦେବଗଡ଼: ମୁଖ୍ୟମନ୍ତ୍ରୀଙ୍କ 205 କୋଟିର ପ୍ରକଳ୍ପ ଭେଟି । ଦେବଗଡ଼ ଜଲ୍ଲାକୁ 205 କୋଟିର ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ । 11 ସ୍ବାସ୍ଥ୍ୟ ପ୍ରକଳ୍ପ, 4 ଶିକ୍ଷା ଭିତ୍ତିଭୂମି ସମେତ 15ଟି ବିଭିନ୍ନ ଜନକଲ୍ଯାଣକାରୀ ପ୍ରକଳ୍ପର ଶୁଭ ଉଦଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ସିଏମ୍ । ଏଥିସହ ଜିଲ୍ଲା ମୁଖ୍ୟାଳୟରେ 3 ଶହ ଶଯ୍ୟା ବିଶିଷ୍ଟ ନବ ନିର୍ମିତ ମେଡ଼ିକାଲ ମଧ୍ୟ ଉଦଘାଟିତ ହୋଇଛି ।

ଏହି କାର୍ଯ୍ୟକ୍ରମ ଅବସରରେ ରାଜ୍ୟର ସମସ୍ତ କେନ୍ଦୁପତ୍ର ତୋଳାଳି ଓ ବନ୍ଧାଳୀଙ୍କ ପାଇଁ 41 କୋଟି 17 ଲକ୍ଷର ସହାୟତା ରାଶି ମିଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏଥିରେ କେନ୍ଦୁପତ୍ର ତୋଳାଳୀଙ୍କ ଚପଲ ପାଇଁ 160 ଟଙ୍କା, ବନ୍ଧାଳୀମାନଙ୍କର ମଶାରୀ କମ୍ବଳ ପାଇଁ ଜଣକ ପିଛା 700 ଟଙ୍କା ପ୍ରଦାନ କରାଯିବ । ଏହାଦ୍ବାରା ରାଜ୍ୟର ପ୍ରାୟ 9 ଲକ୍ଷ କେନ୍ଦୁପତ୍ର ତୋଳାଳି, ବନ୍ଧଳି ଓ ସିଜନାଲ ଷ୍ଟାଫ୍ ଉପକୃତ ହେବେ ।