fbpx

୯ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ କଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ସମୟ?

ଚଣ୍ଡିଗଡ,୧୮ ।୩: ଦେଶରେ କରୋନା ଭାଇରସ୍ ପୁଣି ଥରେ ସକ୍ରିୟ ହେବାରେ ଲାଗିଛି । ପଞ୍ଜାବରେ ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ୯ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ ନେଇ ଘୋଷଣା କରିଛନ୍ତି । ୯ଟି ଜିଲ୍ଲାରେ ନାଇଟ କର୍ଫ୍ୟୁ ରାତି ୯ଟାରୁ ଆରମ୍ଭ ହୋଇ ସକାଳ ୫ଟା ପର୍ଯ୍ୟନ୍ତ ଲାଗୁ ହେବ । ମୁଖ୍ୟମନ୍ତ୍ରୀ ଅମରିନ୍ଦର ଆଜି କହିଛନ୍ତି ଯେ, ‘ନାଇଟ୍ କର୍ଫ୍ୟୁର ଗାଇଡଲାଇନ୍ ଆଜି ସନ୍ଧ୍ୟା ସୁଦ୍ଧା ଜାରି କରାଯିବ । ପରିସ୍ଥିତି ନିୟନ୍ତ୍ରଣକୁ ଆସିବା ପର୍ଯ୍ୟନ୍ତ ଏହି ନାଇଟ କର୍ଫ୍ୟୁ ଜାରି ରହିବ ।’

ତେବେ ପଞ୍ଜାବରେ ୧ରୁ ୧୭ ମାର୍ଚ୍ଚ ମଧ୍ୟରେ ନୂଆ ପଜିଟିଭଙ୍କ ସଂଖ୍ୟା ୪ ଗୁଣା ବଢିଯାଇଛି । ୧ ମାର୍ଚ୍ଚରେ ନୂଆ ୫୦୦ ପଜିଟିଭ ମାମଲା ସାମ୍ନାକୁ ଆସିଥିବା ବେଳେ ୧୭ ମାର୍ଚ୍ଚରେ ୨୦୪୫ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହା ସହ କରୋନାରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ବୁଧବାର ଦିନ ୩୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସପ୍ତାହ ଭିତରେ ୩୯୨ ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ପଞ୍ଜାବରେ ଯେଉଁ ମାତ୍ରାରେ ପଜିଟିଭ୍ ଚିହ୍ନଟ ହେଉଛନ୍ତି, ଲାଗୁଛି ତାହା ପୁରୁଣା ରେକର୍ଡ ମଧ୍ୟ ଭାଙ୍ଗିଦେବ ।

ଅନ୍ୟପଟେ ଦିଲ୍ଲୀରେ କରୋନାକୁ ନେଇ କେଜରିୱାଲ ସରକାର ଆଲର୍ଟ ଜାରି କରିବାକୁ ପ୍ରସ୍ତୁତ ହେଲେଣି । ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଆଜି ଏକ ବୈଠକ ଡକାଇଛନ୍ତି । କରୋନା ସ୍ଥିତି ନେଇ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଏହି ବୈଠକରେ ଆଲୋଚନା ହୋଇପାରେ ।

Get real time updates directly on you device, subscribe now.