fbpx

ମୁଖ୍ୟମନ୍ତ୍ରୀ କଲେ ବଡ ଘୋଷଣା: ଏଣିକି ଲତା ମଙ୍ଗେସକରଙ୍କ ନାମରେ ଦିଆଯିବ ଆୱାର୍ଡ, ଖୋଲିବ ସଙ୍ଗୀତ ମହା ବିଦ୍ୟାଳୟ

ନୂଆଦିଲ୍ଲୀ: ଭାରତ ରତ୍ନକୁ ହରାଇଛି ଭାରତ । ଗତକାଲି ସ୍ୱର ସରସ୍ୱତୀ ଲତା ମଙ୍ଗେସକରଙ୍କ ପରଲୋକ ହୋଇଛି । ଏହି ଅବସରରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଶିବରାଜ କହିଛନ୍ତି କି, ପ୍ରତି ବର୍ଷ ଲତା ଦିଦିଙ୍କୁ ସମ୍ମାନ ଜଣାଯିବ । ତାଙ୍କ ନାଁରେ ପ୍ରତ୍ୟେକ ବର୍ଷ ପୁରସ୍କାର ପ୍ରଦାନ କରାଯିବ । ଖାଲିସେତିକି ନୁହେଁ ଲତାଙ୍କୁ ସମ୍ମାନ ଜଣାଇ ତାଙ୍କ ନାଁରେ ସଂଗୀତ ବିଶ୍ୱବିଦ୍ୟାଳୟ, ଏକାଡେମୀ ଓ ସଂଗ୍ରାହଳୟ କରାଯିବ । ମଧ୍ୟପ୍ରଦେଶରେ ପ୍ରତିବର୍ଷ ଲତା ଦିଦିଙ୍କ ଜନ୍ମ ବାର୍ଷିକୀରେ ସଂଗୀତ ଜଗତରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଲୋକଙ୍କୁ ସମ୍ମାନୀତ କରାଯିବ ।

ଲତା ଦିଦିଙ୍କ ନାଁରେ ଏହି ପୁରସ୍କାର ଦିଆଯିବ । ଆହୁରି ମଧ୍ୟ ଲତାଙ୍କ ଏକ ପ୍ରତିମୂର୍ତ୍ତି କରାଯିବା ନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି । ଲତା ନିଜର ସଂଗୀତର ଯାଦୁରେ ସମସ୍ତଙ୍କୁ ବାନ୍ଧି ରଖିଥିଲେ । ବଲିଉଡଠାରୁ ଆରମ୍ଭ କରି ବିଭିନ୍ନ ସଂଗୀତ ଜଗତରେ ଗୀତ ଗାଇଛନ୍ତି ଲତା ।

Get real time updates directly on you device, subscribe now.