ଭୁବନେଶ୍ୱର: ଗୃହ ବିଭାଗ ଖର୍ଚ୍ଚ ଦାବି ଆଲୋଚନାବେଳେ ବିରୋଧୀ ଦଳ ନେତାଙ୍କୁ ପଡ଼ିଲା ଖୋଜା । ବିରୋଧୀଦଳ ନେତା ନବୀନଙ୍କୁ ଖୋଜିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ମୁଖ୍ୟମନ୍ତ୍ରୀ ଥିବାବେଳେ ଆମେ ଖୋଜୁଥୁଲୁ, ଏବେ ବି ଖୋଜି ପାଉନୁ । ବିଧାନସଭା ଆସି ଉତ୍ତର ରଖୁ ନ ଥିଲେ, ବିରୋଧୀଦଳ ନେତା ହେବା ପରେ ବି ଆସୁନାହାନ୍ତି ।
ଜଣେ ପୋଲିସ କ୍ୟାବିନେଟ ମନ୍ତ୍ରୀଙ୍କୁ ହତ୍ୟା କଲା; ସେ କ୍ଷମତାରେ ଥାଇ କ’ଣ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଛନ୍ତି । ମାହାଙ୍ଗା ଡବଲ ମର୍ଡର, ଇତିଶ୍ରୀ ମାମଲାରେ କ’ଣ କରିଛନ୍ତି? ପରୀ, ସ୍ମିତାରାଣୀ, ମମତା ଘଟଣାରେ କ’ଣ ନ୍ୟାୟ ଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ବିରୋଧୀ ବିଜେଡିକୁ ପ୍ରଶ୍ନ କରିଛନ୍ତି ।